Hot Posts

6/recent/ticker-posts

ଶ୍ରୀରାମ ନବମୀ ଉତ୍ସବରେ ରାମଲୀଳା ନାଟକ ପ୍ରଦର୍ଶନୀ।

ଜୟପୁର, ୨୬/୦୩ ( ଏ. ଭେଙ୍କଟ ରାଓ ) : ଜୟପୁର ଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ ଆଡମ୍ବର ସହତି ପାଳନ ନେଇ ଆଜି ପ୍ରଥମ ଦିବସରରେ ରାମଲୀଳା ନାଟକ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଜୟପୁର ରଘୁନାଥ ମନ୍ଦିର ଛକ ଠାରେ ନୟାଗଡ ଜିଲ୍ଲା ଦଶପଲ୍ଲାରୁ ଆସିଥିବା ମଞ୍ଚ କଳାକାର ମାନେ ଭଗବାନ ଶ୍ରୀ ରାମଙ୍କ ବାଲ୍ୟକାଳରୁ ତାଙ୍କ ସ୍ବୟଂମ୍ବର ଅନ୍ୟାନ୍ୟ ଲୀଳି ଗୀତି ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଲୋକ ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସାଧାରଣ ଲୋକଙ୍କ ସମେତ ପ୍ରଶାସନ ଅଧିକାରୀ, ରାଜନେତା ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜୟପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତୃପ୍ତି ବରାଇ, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବାବୁ ଭାଇ ବଜରଙ୍ଗି, ବାବା ଗିରି ଏବଂ ଅନ୍ୟାନ୍ୟ ରାଜନେତା ମାନେ ଉଦ୍ଘାଟନୀରେ ଉପସ୍ଥିତ ଥିଲେ । ସେହିପରି ଆସନ୍ତା କାଲି ଅପରାହ୍ନ ୪ଟ ଠାରୁ ର ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ମହାରାଷ୍ଟ୍ରର ପୁନେ ନଗରରୁ ଆସିଥିବା ୭୦ ଜଣ ଢୋଲ ବାଦକ ସେମାନଙ୍କ ଢୋଲ ବଜାଇବେ । ସେହିପରି ଆଜି ଠାରୁ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା କରାଯାଇଛି । କଣ୍ଡରା ସାହି ଠାରୁ ରଥପଡିଆ ଛକ ପର୍ଯ୍ୟନ୍ତ ବାଇକ, ଅଟୋ ଏବଂ ଚାରି ଚକିଆ ଯାନ ଯାତାୟାତ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ଏବଂ ପାର୍କିଂ ପାଇଁ ବିଭିନ୍ନ ସ୍ଥାନ ନିରୂପଣ କରି ଏକ ରୁଟ ମେପ ସାର୍ବଜନୀନ କରିଛନ୍ତି ଜୟପୁର ଏସଡପିଅ ଅର୍ଚ୍ଚିତା ମିତ୍ତଲ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ୧୩ ପ୍ଲାଟୁନ ପୋଲିସ, ବଏସଏଫ, ଆଇଆରବି ଏବଂ ଅନ୍ୟାନ୍ୟ ପୋଲିସ ନିୟୋଜିତ ହୋଇଥିବା ସୁଚନା ପ୍ରାପ୍ତ ହୋଇଛି ଏହି ଭବ୍ୟ ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ପାଳିବାକୁ ନିବେଦନ କରିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ।