Hot Posts

6/recent/ticker-posts

ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

ନବରଙ୍ଗପୁର, ୦୬/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳ ବନ୍ଦୀ ଗ୍ରାମ ଗୁରୁମାୟୀ ଗୁଡ଼ା, ଟାଙ୍ଗନିକୋଟ ପରିଦର୍ଶନ କରିବା ସହ ଜନ ଶୁଣାଣି କାର୍ଯ୍ୟକ୍ରମ କରିଛନ୍ତି। ଜଳବନ୍ଦୀ ଗ୍ରାମ ରେ ଖର୍ଚ୍ଚ ବାହାନା ରେ ବିଦ୍ୟୁତିକରଣ ନ କରି ସୋଲାର ଲାଇଟ୍ ବ୍ୟବସ୍ଥା କରିବା କୁ ନାପସନ୍ଦ କରିବା ସହ ତୁରନ୍ତ ବିଦ୍ୟୁତିକରଣ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ଭରତ ତାଣ୍ଡି ଙ୍କୁ ବିଦ୍ୟୁତିକରଣ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ କହିଥିଲେ ଅତିଶୀଘ୍ର ବାଇସ ସିଟ ବିଶିଷ୍ଟ ମୋଟର ଚଳିତ ଲଞ୍ଚ ଏହି ଜଳ ବନ୍ଦୀ ଅଞ୍ଚଳ ବାସୀଙ୍କୁ ଭେଟି ଦିଆଯିବ। ରାୟଗଡ଼ା କୁ ସଂଯୋଗ ହେବା ପାଇଁ ପ୍ରସ୍ତାବିତ ବ୍ରିଜ୍ ଅତିଶୀଘ୍ର ବାସ୍ତବ ରୂପ ନେବ ବୋଲି ବିଧାୟକ ଗୌରଶଙ୍କର ମାଝୀ କହିଥିଲେ। ଜଳବନ୍ଦୀ ଅଞ୍ଚଳ ତଲଙ୍ଗ ରେ ଝରଣା ଜଳ କୁ ବିଶୋଧିତ କରି ଦିଆଯିବ ଏବଂ ଅନ୍ୟ ଅଞ୍ଚଳ ଗୁରୁମାୟି ଗୁଡ଼ା ,ଆଦି ଅଞ୍ଚଳ ରେ ମଧ୍ୟ ବୋର୍ ୱେଲ ପାଣି ସୋଲାର ସିଷ୍ଟମ୍ ବ୍ୟବହାରକାରୀ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ନେଇଥିବା ଏଜେନ୍ସୀ କରିବାକୁ ନିର୍ଦ୍ଦେଶ ରହିଛି,ସେଇ ଦିଗରେ ବୋର୍ ୱେଲ ଖୋଳା ହେଲାଣି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ବିଧାୟକ ଗୌରୀ ଶଙ୍କର ମାଝୀ,ଏମପି ପ୍ରତିନିଧି ସନ୍ତୋଷ ପାତ୍ର ସ୍ଥାନୀୟ ସରପଞ୍ଚ ତ୍ରିପତି ମହାନ୍ତି, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ. ଅଭିମିନ୍ୟୁ ହରିଜନ ଉପସ୍ଥିତି ରେ ବିଭିନ୍ନ ପ୍ରସଙ୍ଗ ରେ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ବିଡ଼ିଓ ମନୋଜ ପାଣିଗ୍ରାହୀ,ମଙ୍ଗଳ ଅଧିକାରୀ ଜଗ ମୋହନ ମାଝୀ, ବିପଣି ନିରୀକ୍ଷକ ରୋହିତ୍ ମାଝୀ , ସହକାରୀ ଯନ୍ତ୍ରୀ ଗୋବିନ୍ଦ କହଁର ,ରାସ୍ତା ଗୃହ ନିର୍ମାଣ କନିଷ୍ଠ ଯନ୍ତ୍ରୀ ଅରବିନ୍ଦ ପାଢ଼ୀ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ପ୍ରତୀକ ରାଉତ ଙ୍କ ସହ ତେନ୍ତୁଳୀଖୁଣ୍ଟି ଓ଼ ଖାତି ଗୁଡା ପୋଲିସ ବିଭାଗ ର କର୍ମ କର୍ତ୍ତା ଙ୍କ ଉପସ୍ଥିତ ରେ ଗ୍ରାମବାସୀ ଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । 



ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର