ଖରା ତାତି ବଢିଲା ପଶୁ ପକ୍ଷୀ ମାନଙ୍କ ପାଇଁ ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ
ବରୀ, ୨୭/୦୩ ( ରଂଜିତ ମହାନ୍ତି ) : ଗ୍ରଷ୍ମ ପ୍ରବlହ ଜାରି ରହିଥିବା ବେଳେ ତାତି ବଢିଲାଣି ପଶୁପକ୍ଷୀ ପାଣି ଟୋପେ ପିଇବା ପାଇଁ ନାହଁ ନଥିବା ଅସୁବିଧା ସମ୍ମୁଖୀନ ହେlଇଛନ୍ତି l ସେଥିଲାଗି ବିଭିନ୍ନ ସଂଘଠନ ପାଣି କୁଣ୍ଡ ରଖି ବା ଆରମ୍ଭ କଲେଣି ବରୀ ଅଞ୍ଚଳ ର ସାମାଜିକକର୍ମୀ ବିବେକାନନ୍ଦ ନାଥ ତାଙ୍କର ସହଯୋଗୀ ମାନଙ୍କ ବିଭିନ୍ନ ସ୍ଥାନରେ ପଶୁପକ୍ଷୀ ମାନଙ୍କ ପାଇଁ ପାଣି କୁଣ୍ଡ ରଖୁଥିବା ଦେଖିବାକୁ ମିଳୁଛି l ସେହିପରି ବରୀ ଅଞ୍ଚଳ ର ବିଭିନ୍ନ ସଂଘଠନ ମଧ୍ୟ୍ୟ ବିଭିନ୍ନ ଗଛ ମୂଳେ ବଡ଼ବଡ଼ ପାଣିକୁଣ୍ଡ ରଖିବା ଆରମ୍ଭ କରିଲେଣି ଯେଉଁଠି ପଶୁପକ୍ଷୀ ପାଣିଟୋପେ ପିଇ ତୃଷ୍ଣା ମେଣ୍ଟାଇଛନ୍ତି l ପ୍ରଶାସନ ପକ୍ଷରୁ କେବେ ଜଳଛତ୍ର ସହିତ ପଶୁପକ୍ଷୀ ମାନଙ୍କ ବିଭିନ୍ନ ସ୍ଥାନରେ ପାଣି ରଖିବାର ବ୍ୟବସ୍ଥା କରିବେ ତାହା ଦେଖିବାକୁ ରହିଲା l