ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷୟିତ୍ରୀ।
ଜୟପୁର, ୦୮/୦୩ ( ଏ. ଭେଙ୍କଟ ରାଓ ) : ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁନ୍ଦାରିଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସୁପ୍ରଭା ପାଢି ଓ ନୁଆ ଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କଳ୍ପନା ପଣ୍ଡା ଅବସର ଗ୍ରହଣ କରିଥିଲେ, ଉକ୍ତ ୨ ଜଣ ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ପୁର୍ବରୁ ସରକାର ପୂର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ।ସରକାର ଙ୍କ ଆଦେଶ ମୁତାବକ ଅବସର ଗ୍ରହଣ ଦିନ ପୁର୍ଣାଙ୍ଗ ପେନସନ୍ ପ୍ରଦାନ କରିବା ନିୟମ ଶତ ପ୍ରତିଶତ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟକାରୀ ହେବା ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଉକ୍ତ ୨ ଜଣ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କୁ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର ଆଦେଶ ଦେବା ସହିତ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି, ଉକ୍ତ ଅବସର କାଳିନ ସମ୍ବର୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଓ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଏଥି ପୂର୍ବରୁ ମଧ୍ୟ କିଛି ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଥିବା ବରିଷ୍ଠ ସହାୟକ ଶଶୀଭୂଷଣ ଦାଶ୍ ସୁଚନା ଦେଇଥିଲେ ଏତଦ୍ ବ୍ୟତୀତ ସଭାପତି ଦେବି ପ୍ରସାଦ ଦାଶ୍, ସମ୍ପାଦକ ପ୍ରଦିପ କୁମାର ମିଶ୍ର, ଉପସଭାପତି ମମତା ମହାପାତ୍ର, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପଲେଇ, ବରିଷ୍ଠ ଶିକ୍ଷକ ଜଗନ୍ନାଥ ମିଶ୍ର, କିରଣ ମହାରଣା, ଜ୍ୟୋତି ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଓ ହିସାବ ରକ୍ଷିକା ସୁନିତା ନାୟକ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଦ୍ବୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପରି ଶେଷରେ ମନୋରଞ୍ଜନ ପଲେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।