କାଶୀପୁରରେ ବଡ଼ ଚଢାଉ: ୫୮୬ କିଲୋ ଗଞ୍ଜା ସହ ବୋଲେରୋ ପିକଅପ୍ ଜବତ, ଜଣେ ଗିରଫ
କାଶୀପୁର, ୦୮/୦୩ ( ଭି. ଗୌରି ଶଙ୍କର ରାଓ ) : ଗଞ୍ଜା ଚୋରାଚାଳାନ ବିରୋଧରେ ଚାଲୁଥିବା ଅଭିଯାନର ଅନୁସରଣରେ, କାଶୀପୁର ପୁଲିସ ଖୁରିଗାଁ ଛକ ଠାରେ ପରିବହନ ସମୟରେ 586 କିଲୋଗ୍ରାମ ଅବୈଧ ଗଞ୍ଜା ସହିତ 01ଟି ବୋଲେରୋ ପିକଅପ୍ ଭ୍ୟାନ୍ ଜବତ କରିଛନ୍ତି ଏବଂ 01 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହା କାଶୀପୁର ଥାନା କେସ୍ ନଂ 59/26 ସହ ଗିରଫ କରି କର୍ଟ ଚାଲାଣ କରାଯାଇଛି