Hot Posts

6/recent/ticker-posts

ଉତ୍କଳ ଶ୍ରୀ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଶିକ୍ଷକ ରାମଚନ୍ଦ୍ର ସେନାପତିଙ୍କ ଚତୁର୍ଥ ସ୍ଥାନ ହାସଲ

ରାୟଗଡା, ୦୧/୦୩ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ଟିଟିଲାଗଡ଼ ହାଇସ୍କୁଲ ପଡିଆରେ ଓଡିଶା ବଡିବିଲଡିଂ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଉତ୍କଳ ଶ୍ରୀ -୨୦୨୬ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ଫେବୃଆରୀ ୨୭ ଓ ୨୮ ଦୁଇଦିନ ଧରି ପ୍ରତିଯୋଗିତାରେ ସାରା ଓଡ଼ିଶା ରୁ ୧୧୦ ଜଣ ଖେଳାଳି ଭାଗ ନେଇଥିଲେ । ପୁରୁଷ ବଡି ବିଲ୍‌ଡିଂରେ ୯ଟି ବିଭାଗ,ମାଷ୍ଟର ବର୍ଗ ୪୦ ବର୍ଷରୁ ଉର୍ଦ୍ଧ ଗୋଟିଏ ବିଭାଗ ରେ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ସେଥିରେ ରାୟଗଡା ଜିଲ୍ଳାର କଲ୍ୟାଣ ବିଭାଗର ଶିକ୍ଷକ ରାମଚନ୍ଦ୍ର ସେନାପତିଙ୍କ ଚତୁର୍ଥ ସ୍ଥାନ ଅଧିକାର କରି ରାୟଗଡା ଜିଲ୍ଲା କୁ ଗୌରାବାନ୍ୱିତ କରିଛନ୍ତି l ଅଦ୍ୟାବଧି ଏହି କ୍ରୀଡା ରେ ଅର୍ଦ୍ଧଶତକ ହାସଲ କରିସାରିଲେଣି ୫୦ ବର୍ଷୀୟ ଶିକ୍ଷକ l ରାୟଗଡା ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ରାଜ୍ୟର ଅନେକ ସ୍ଥାନରେ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ରାମଚନ୍ଦ୍ର l କୌଣସି ବଡ଼ ଇଭେଣ୍ଟରେ ନିଜର ଶେଷ୍ଠତ୍ବ ପ୍ରତିପାଦନ କରିପାରିନଥିଲେ ମଧ୍ୟ ନିଜର ନାଚୁରାଲ ବଡିବିଲଡିଂ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ରହିବା ଯୁବ ସମାଜ ପାଇଁ ପ୍ରେରଣାଦାୟକ ବୋଲି ଆୟୋଜକ ମାନେ କହିଥିଲେ।