Hot Posts

6/recent/ticker-posts

"ଉଗାଦି" ଉତ୍ସବ ପାଳନ ନିମନ୍ତେ ଭୂମିପୂଜନ।

ରାୟଗଡ଼, ୦୧/୦୩ ( ଭି. ଗୌରି ଶଙ୍କର ରାଓ ) : ତେଲୁଗୁ ନବବର୍ଷ "ଉଗାଦି" ଉତ୍ସବ ପାଳନ ପାଇଁ ଭୂମି ପୂଜନ ହୋଇ ଯାଇଛି।  ରାୟଗଡ ଜିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବ କମିଟି ପକ୍ଷରୁ ଜେକେପୂର୍ ରୋଡ଼ ଖୋଲିଗୁଡ଼ା ସ୍ଥିତ ବିରାଟ ବଡ଼ ପଡ଼ିଆରେ ଉତ୍ସବ ପାଳନ ନିମନ୍ତେ ଆଜି ଭୂମି ପୂଜନ ହୋଇଯାଇଛି। ୟାଲ୍ଲା କଣ୍ଡାବାବୁଙ୍କ ସଭାପତିତ୍ଵରେ ତେଲୁଗୁ ସମ୍ପ୍ରଦାୟର ବିଭିନ୍ନ ସଂଗଠନ କର୍ମକର୍ତା, ମହିଳା ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସହରର ବିଭିନ୍ନ ଅନୁଷ୍ଠାନ ଓ କର୍ମକର୍ତା, ଆଦିବାସୀ ସମାଜ, ମୋଟର ଚାଳକ ସଂଘ ଏବଂ ବିଭିନ୍ନ ସଂଙ୍ଗଠନରୁ ଆସିଥିବା ଏକ ହଜାରରୁ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ଥିଲେ। ବୈଦିକ ପରମ୍ପରା ରୀତି ନୀତି ଅନୁଯାୟୀ ସଠିକ୍ ସମୟରେ ଭୂମି ପୂଜନ ହୋଇଥିଲା। ଭୂମି ପୂଜନ ପୂର୍ବ ଦିନ ମହାଆଡମ୍ବରରେ "ଉଗାଦି" ଉତ୍ସବ ପାଳନ ପୂର୍ବ ପ୍ରସ୍ତୁତି ସ୍ଥିର ହୋଇଛି। ୧୯ତାରିଖ ଦ୍ୱିପହରରେ ମା ମଝିଘରିଆଣିଙ୍କ ମନ୍ଦିର ଠାରୁ ବିରାଟ ବଡ଼ ଶୋଭାଯାତ୍ରା ବାହାରିବ। ଶୋଭାଯାତ୍ରାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ସେହିଭଳି "ଉଗାଦୀ" ପଡ଼ିଆରେ ପହଞ୍ଚିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦୁଇଦିନ ଉତ୍ସବ ପଡିଆରେ ପ୍ରାୟ ୩୦ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ। ୧୯ ତାରିଖରେ ରାୟଗଡ଼ ଜିଲ୍ଲାର ବିଧାୟକ ଓ ସାଂସଦଙ୍କୁ ନିମନ୍ତ୍ରଣ ଥିବା ବେଳେ, ୨୦ ତାରିଖ ଦ୍ଵିତୀୟ ଦିନ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଏବଂ ରାଜ୍ୟ ଉପସଭାପତି ତଥା ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ନାରାୟଣ ରାଓ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି। ଉଗାଦି ଉତ୍ସବକୁ ନୁଆ ରୂପ ଓ ନୁଆଁ ଢଙ୍ଗରେ ପାଳନ ପାଇଁ ଜିଲ୍ଲାର ତେଲୁଗୁ ସମ୍ପ୍ରଦାୟ ଓ ଓଡ଼ିଆ ସମ୍ପ୍ରଦାୟର ସମସ୍ତେ ସଂଘଠନ କର୍ମକର୍ତା ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି କୋଣ୍ଡା ବାବୁ I ଶୃଙ୍ଖଳିତ ଏବଂ ଉତ୍ସାହର ସହ ପାଳନ ହେବ ଉଗାଦି ମହୋତ୍ସବ। ଉତ୍ସବ ପାଳନରେ ଟ୍ରାଫିକ ନିୟନ୍ତ୍ରଣ ଗୁରୁତ୍ଵ ଦେଇ ପ୍ରାୟ ୨୦୦ଜଣ ଭଲ୍ୟୁଣ୍ଟର ରହିବେ ବୋଲି କହିଛନ୍ତି କଣ୍ଡା ବାବୁ।ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ କଳାକାରଙ୍କୁ ସୁବିଧା , ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥିଙ୍କୁ ସ୍ବାଗତ, କଳସ ଯାତ୍ରା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଜନ ସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବାଳକୃଷ୍ଣ ପଟନାୟକ, କେ.ଶ୍ରୀନିବାସ, ମଣି ରତ୍ନମ ପରିଚାଳନା କରିଥିବା ବେଳେ, ଭୂମି ପୂଜନ କାର୍ଯ୍ୟକ୍ରମରେ ସଭାପତି ୟେଲ୍ଲା କୋଣ୍ଡା ବାବୁ, ଆବାହକ ଭିର ବାବୁ, କାପୁ ସଂଘ ସଭାପତି କାଶୀ ନାୟୁଡୁ, ପେଦ୍ଦୀନା ଚାମ୍ମା, ୟେଦୂ ମଧୁ, ଧନି ରାମ୍, ପତି ୱାଡା ଶ୍ରିନୁ, ଆଦି ନାରାୟଣ, ନିମୁ ମୁଞ୍ଜେଠି, ଲକ୍ଷ୍ମଣ ରାଓଙ୍କ ସମେତ ଅନ୍ୟ ସହଯୋଗି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।