ନବରଙ୍ଗପୁର, ୨୦/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମାଝିଙ୍କ ନେତୃତ୍ୱ ରେ ତେନ୍ତୁଳୀଖୁଣ୍ଟି ବ୍ଲକରେ ହେଉଥିବା ଦୁର୍ନୀତି ତଥା ଭ୍ରଷ୍ଟାଚାର ବିରୁଦ୍ଧରେ ଗୋଷ୍ଟୀଉନ୍ନୟନ ଅଧିକାରୀ ଙ୍କ ଜରିଆରେ ନବରଙ୍ଗପୁର ଜିଲ୍ଲା ପାଳ ଙ୍କୁ ଅଭିଯୋଗ ସ୍ମାରକ ତେନ୍ତୁଳୀଖୁଣ୍ଟି ବିଜୁ ଜନତା ଦଳ ପ୍ରଦାନ କରିଛନ୍ତି l ଆଜି ସକାଳ 11 ଘଣ୍ଟା ସମୟରେ କୁର୍ମାକୋଟ ପେଟ୍ରୋଲ ପମ୍ପ ଠାରେ ବ୍ଲକ ସଭାପତି ପ୍ରଫୁଲ୍ଲ ନାଗଙ୍କ ଆହ୍ୱାନ କ୍ରମେ ବ୍ଲକର ସମସ୍ତ କର୍ମକର୍ତା ଏକତ୍ରିତ ହୋଇ ଶାନ୍ତି ପୂର୍ଣ୍ଣ ଭାବେ ଶୋଭାଯାତ୍ରା ରେ ବାହାରି ବ୍ଲକରେ ପହଂଚିଥିଲେ ଓ଼ ସାତ ଦପା ଅଭିଯୋଗ ପତ୍ର ପ୍ରଦାନ କରିଥିଲି . ଅଭିଯୋଗ ଗୁଡିକ ଥିଲା ଦୀର୍ଘ ଦିନ ହେଲା ସମିତି ବୈଠକ ହୋଇ ନ ଥିବା ଅଭିଯୋଗ.ପଂଚାୟତ ସମିତିର ସମସ୍ତ ପାଣ୍ଠି ନିର୍ବାଚିତ ପଞ୍ଚାୟତ ସମିତି ର ସଭ୍ୟ. ସଭ୍ୟା ମାନଙ୍କର ଅଜାଣତରେ ଖର୍ଚ୍ଚ କରାଯାଇଛି, ଦୀର୍ଘ ମାସ ହେଲା ନୂତନ ଭାବେ ଲାଗୁ ହୋଇଥିବା ବାର୍ଦ୍ଧକ୍ୟ ଭତା ପ୍ରଦାନ କରାନଯିବା,ବିଭିନ୍ନ ଅଂଚଳ ର ନଳକୂପ ମରାମତି ନ କରିବା.ବିଗତ ଦିନର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ANON. 5 ଟି ଯୋଜନା ର ସମ୍ପୂର୍ଣ୍ଣ କାମ ହୋଇ ଥିଲେ ମଧ୍ୟ ଟଙ୍କା ପ୍ରଦାନ ନ କରିବା, ବିଗତ ଦିନରେ କିଣା ଯାଇଥିବା ଖେଳ ସାମଗ୍ରୀ ନିମ୍ନ ମାନର କିଣି ଟଙ୍କା ଆତ୍ମ ସାତ କରାଯାଇ ଥିବା ଅଭିଯୋଗ କରା ଯାଇଛି l ଏହି ଅଭିଯୋଗ କୁ ଶୀଘ୍ର ସମାଧାନ କାରା ନଯାଏ ତାହାହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟଳୟ କୁ ସମ୍ପୂର୍ଣ ଵନ୍ଦ କରିବା ସହ ରାଜରାସ୍ତା ରେ ଓଲ୍ହାଇ ବୋଲି ଚେତାବନୀ ଦେଇଛନ୍ତି l ସଭା ନେତ୍ରୀ ଶ୍ରୀମତୀ ମଞ୍ଜୁଳା ମାଝିଙ୍କ ସହ ସଭା ପତି ପ୍ରଫୁଲ୍ଲ ନାଗ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ସରପଞ୍ଚ ଶିବା ପ୍ରଧାନୀ, ସୁରେଶ ନାୟକ, ବାବୁନି ନାୟକ,ବାବୁଲା ନାୟକ,ଗଜେନ୍ଦ୍ର ଶଗରୀଆ, ସୁଧୀର ଖୁରା, ସୁବାସ ଗୋରଡା,ବାରିଜ ପଟ୍ଟନାୟକ, ପିଙ୍କୁ ସାହୁ,କାନୁସିଂ ସାଧୁ.ମଣ୍ଟୁ ଭତ୍ରା.ଟୁନା ଷଡ଼ଙ୍ଗୀ. ଓ଼ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି . କର୍ମ କର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ l ଅଭିଯୋଗ ସ୍ମାରକ ପତ୍ର ପାଇ ଶୀଘ୍ର ତାହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀଉନ୍ନୟନ l ଅଭିଯୋଗ ପତ୍ର ପ୍ରଦାନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ତେନ୍ତୁଳୀଖୁଣ୍ଟି ପୋଲିସ ଉପସ୍ଥିତ ରହିଥିଲେ
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l


