Hot Posts

6/recent/ticker-posts

କଂଗ୍ରେସ ଓ ବିଜେପିର ଅନେକ ମହିଳା କର୍ମୀ ବିଜେଡିରେ ସାମିଲ, ମହିଳା ଦିବସରେ ବଡ଼ ରାଜନୈତିକ ଚର୍ଚ୍ଚା

ଭବାନୀପାଟଣା, ୦୮/୦୩ ( ବିଷ୍ଣୁ ଚରଣ ସ୍ୱାଇଁ  ) : ଭବାନୀପାଟଣା ଠାରେ ବିଜୁ ମହିଳା ଜନତା ଦଳ ତରଫରୁ ସଭାନେତ୍ରୀ ଶ୍ରୀମତୀ ସବିତା ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ ବରିଷ୍ଠ ମହିଳା ନେତ୍ରୀ ଓ କର୍ମୀ ଙ୍କ ଗହଣରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ତଥା ମାନ୍ୟବର ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧୀରା ମେହେର, ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ସୁନନ୍ଦା ସାହୁ, 4 ନୁମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଲଷ୍ମୀ ସାହୁ, BCC ବ୍ୟାଙ୍କ ଉପାଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ l କଂଗ୍ରେସ ଓ ବିଜେପି ର ବହୁ ମହିଳା କର୍ମୀ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସବିତା ପ୍ରଧାନ ଙ୍କ ନେତୃତ୍ୱ ରେ ବିଜେଡି ରେ ସାମିଲ ହୋଇଥିଲେ l ଏହି ଅବସରରେ ବିଜୁ ବାବୁ କିଭଳି ମହିଳା ମାନଙ୍କୁ ସଶକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ତାପରେ ନବୀନବାବୁ ମୁଖ୍ୟମନ୍ତ୍ରୀ ଭାବେ ମହିଳାଙ୍କୁ ପ୍ରକୃତରେ ସ୍ୱାବଲମ୍ବୀ କରି ଦେଖାଇଲେ, ସେ ବିଷୟରେ ଆଲୋଚନା କରିବା ସହିତ ଏବଂ ବିଜେପି ସରକାର ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ 





କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ