Hot Posts

6/recent/ticker-posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର |

ଝରିଗାଁ, ୧୨/୦୩  ( ନକୁଳ ଭତ୍ରା ) : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର |ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଳକ ବେଳଗାଁ ପଂଚାୟତର ମହଣ୍ଡି ଗ୍ରାମରେ |ସୂଚନା ପ୍ରକାରେ ମହଣ୍ଡି ଗ୍ରାମର ପଳସ ରାମ ଗୌଡ଼ (55) ଗୁରୁବାର ଦିନ ଭୋର ସକାଳୁ ଉଠି ମହୁଳ ସଂଗ୍ରହ ପାଇଁ ନିଜ ଜମିକୁ ଯାଇଥିଲେ |ହେଲେ ଗଛମୂଳେ ପହଂଚିବା ପରେ ଦୁଇଟା ଭାଲୁ ଅତର୍କିତ ଭାବେ ପଳସ ରାମକୁ ଆକ୍ରମଣ କରିଥିଲେ |ପଳସ ରାମ ଚିତ୍କାର କରିବାରୁ ଆଖପାଖ ମହୁଲ ଗଛରେ ଥିବା ଲୋକେ ଦୌଡ଼ି ଆସି ଲହୁଲୋହାଣ ଅବସ୍ଥାରେ ପଳସ ରାମକୁ ଉଦ୍ଧାର କରି ଝରୀଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ |ପ୍ରାଥମିକ ଚିକିତ୍ସା ପରେ ପଳସ ରାମର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି |