Hot Posts

6/recent/ticker-posts

କୋରାପୁଟ ମୁନିସି ପାଲିଟି ସୁନାପୁର୍ ସ୍ଥିତ ଡମ୍ପିଂଜୁନ୍ ଅଳିଆ ଗଦାରେ ନିଆଁ ।

କୋରାପୁଟ, ୧୧/୦୩ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଦ୍ୟ ତା ୧୧/୩/୨୦୨୬ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ କୋରାପୁଟ ମ୍ୟୁନିସିପାଲଟି ୱାର୍ଡ ନମ୍ବର ୨୦ ସୁନାପୁରୁ ସ୍ଥିତ ଡମ୍ପିଂ ଜୁନ ଅଳିଆଗଦାରେ ନିଆ ଲାଗି ଆକାଶ ଛୁଆଁ ନିଆ ଓ ଧୂଆଁ ଉଡୁ ଥିବାର ଦୃଶ୍ୟ ଅଞ୍ଚଳ ବାସୀଙ୍କୁ ଭୟବିତ କରିଦେଇଛି । କୋରାପୁଟ ଅଗ୍ନିଶମ ଦମକଳ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ହେଁ ବହୁ ସମୟ ଧରି ନିଆଁ ଲିଭିବାର ନା ନେଉ ନ ଥିଲା । ଏହି ଦୃଶ୍ୟ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଏହି ନିଆ ଲାଗିବା ଦ୍ଵାରା କାହାର କିଛି କ୍ଷତି ହୋଇ ନାହି କିନ୍ତୁ ଅନେକ ସମୟ ଧରି ପାଖ ଆଖ ପରିବେଶ ଧୂଆଁ ରେ ପରି ପୂର୍ଣ୍ଣ ହୋଇଯାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଡମ୍ପିଇଙ୍ଗ ଜୁନ ରେ କୋରାପୁଟ ସହର ର ଅନେକ ୱାର୍ଡ ର ଅଳିଆ ଆବର୍ଜନା ଷ୍ଟକ୍ ରଖି ପ୍ରସେଶିଂ କରାଯାଏ ଏବଂ କମ୍ପୋଷ୍ଟ୍ ସାର ପ୍ରସ୍ତୁତି କରାଯାଇ ବିକ୍ରି କରାଯାଉଛି । ଏଥିରେ ନିଆଁ ଲାଗିଯିବାରୁ ସରକାରଙ୍କ ଅନେକ କ୍ଷତି ହେବାର ଅନୁମାନ କରାଯାଇଛି । ଅନେକ ସମୟ ଧରି ନିଆଁ ଲାଗି ଜଳୁଥିଲେ ହେଁ ମୁନିଶି ପାଲିଟି ଅଫିସ ରୁ କିମ୍ବା ଅନ୍ୟ କୌଣସି ସରକାରୀ କର୍ମ ଚାରି ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । କେବଳ ସ୍ଥାନୀୟ କାଉନସିଲର କିଛି ସମୟ ଉପସ୍ଥିତ ରହିଥିଲେ । ଏହି ନିଆ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

କୋରାପୁଟରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ , ନବଦୂତ ନିୟୁଜ ଓଡ଼ିଶା ,