ମିଳିତ ଅଭିଯୋଗ ଶୁଣାଣି ରେ ମୋଟ ୪୬ ଗୋଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ।
ଦଶମନ୍ତପୁର, ୦୯/୦୩ ( ବିପିନ କୁମାର ହିଆଲ ) : ଦଶମନ୍ତପୁର ବ୍ଲକ ଠାରେ ଥିବା ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି |ଏହି ଶିବିର ଟି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଅଭିଷେକ ଷଢଙ୍ଗୀ ପରିଚାଳନା କରିଥିଲେ, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଅତିରିକ୍ତ PHO ଡାକ୍ତର ଏସ ଏସ ସ୍ୱରୂପ , ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦୀପକ କୁମାର ସାମଲ, RD ବିଭାଗ କନିଷ୍ଠ ଯନ୍ତ୍ରୀ ଦୁର୍ଗା ଚରଣ ମାରାଣ୍ଡି ଙ୍କ ସମେତ ମୃତ୍ତିକା ସଂରକ୍ଷଣ ବିଭାଗ, PITDA, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ଶିଶୁ ବିକାଶ, ପଶୁ ଚିକିତ୍ସା, ମସ୍ୟ ବିଭାଗ ଭଳି ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗଦେଇଥିବା ଜଣାପଡିଛି | ତେବେ ଏହି ଜନ ଶୁଣାଣିରେ ସାମୁହିକ ଭାବେ ମୋଟ ୧୧ ଏବଂ ବ୍ୟକ୍ତିଗତ ଭାବେ ମୋଟ ୩୫ ଗୋଟି ଅଭିଯୋଗ ହୋଇଥିବା ବେଳେ ମୋଟ ୪୬ ଗୋଟି ଅଭିଯୋଗ ଜିଲ୍ଲାପାଳ ଶୁଣାଣି କରିଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଅନୁଯାଇ ବିଭାଗୀୟ କର୍ତ୍ତ୍ତୃପକ୍ଷ ଏବଂ ଅଧିକାରୀ ଙ୍କୁ ସମାଧାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଏଥିସହ ଅବଧି ଶେଷ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ କାହିଁକି ମନ୍ଥର ଗତିରେ ଚାଲିଥିବା ମେଘା ପ୍ରକଳ୍ପ କୁ ନେଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ RD ବିଭାଗ ପକ୍ଷରୁ ଠିକାଦାର ଅଧାରୁ ଛାଡି ଚାଲିଯାଇଥିବା ବାଣୁଆ ଗୁଡ଼ା ଛକ ଠାରୁ ମାଣ୍ଡିଆ ଗୁଡ଼ା ନବ ନିର୍ମିତ ପକ୍କା ରାସ୍ତା ଏବଂ PWD ଛକ ଠାରୁ ବଦଳି କୁଡୁମା ପକ୍କା ରାସ୍ତା ଏବଂ ମହୁଗାଁ ରାସ୍ତା ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦେଶ ଦେଇଛନ୍ତି