କୋଷାଗୁମୁଡା ଟ୍ରାକ୍ଟର ମାଲିକ ଙ୍କୁ ଅସୁବିଧା ଟିପ୍ପର ଙ୍କ ପାଇଁ ପୁରା ସୁବିଧା ମାଇନିଂ ବିଭାଗ ଉପରେ ଉଠିଛି ବଡ଼ ପ୍ରଶ୍ନ
ନବରଙ୍ଗପୁର, ୧୦/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଦିନକୁ ଦିନ ଟ୍ରାକ୍ଟର ମାଲିକ ଙ୍କ ନିଦ ହଜିବାକୁ ଲାଗିଲାଣି। ଟ୍ରାକ୍ଟର ମାଲିକ ଙ୍କ ପରିବାର ଭରଣପସନ ଏବେ କାଠିକର ପାଠ ହେଲାଣି। ମାଲିକ ସହ ଟ୍ରାକ୍ଟର ଚାଳକ ଏବଂ ମୁଲିଆ ଙ୍କ କଥା ତ ଆଉ ନକହିବା ଭଲ। କିଏ ତ ଲୋନ ରେ ଟ୍ରାକ୍ଟର ଆଣି ଦୁଇପଇସା ରଜଗାର କରିବା ପାଇଁ ଆସା ବାନ୍ଧିଛି କିଏ ତ ପୁରୁଣା ଟ୍ରାକ୍ଟର ଆଣି ନିଜ ପରିବାର ଭକ ପିଆସ ମେଣ୍ଟାଇବା ପାଇଁ ଚେଷ୍ଟା କରୁଛି । ମାସକୁ ମାସ ଟ୍ରାକ୍ଟର ଲନ ଟଙ୍କା ବାନ୍ଧିବାକୁ କଷ୍ଟ ହଉଛି ଏଭଳି ଦୁଃଖଦାୟକ ପରିସ୍ଥିତି ରେ ନବରଙ୍ଗପୁର ଜିଲ୍ଲା ମାଇନିଂ ବିଭାଗ ଦିନ ରାତି କୋଷାଗୁମୁଡା ବ୍ଲକ ରେ ପଇଁତରା ମାରି ଟ୍ରାକ୍ଟର ଙ୍କୁ ଭୟଭୀତ କରୁଛି ଯାହାଫଳରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ମାଲିକ ଙ୍କ ଭିତରେ ମାଇନିଂ ବିଭାଗ କୁ ନେଇ କକୁଆ ଭୟ ସୃଷ୍ଟି ହେଇଛି। ମାଇନିଂ ବିଭାଗ ଡର ରେ ଆଉ ଟ୍ରାକ୍ଟର ମାଲିକ ଗାଡି ରାସ୍ତା ଉପରେ ବାହାର କରିବା ପାଇଁ ସହେଥର ଭାବୁଛନ୍ତି। ଟ୍ରାକ୍ଟର ଚଳାଚଳ ବନ୍ଦେହେବା ଫଳରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ରେ ମଜୁରୀ କରି ପେଟ ପଶୁଥିବା କୁଲି ମଜୁରିଆ ଙ୍କ ପରିବାର ଭକ ରେ ଶୋଇବା କୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଲକେ ସାଧାରଣତ ଟ୍ରାକ୍ଟର ଉପରେ ହିଁ ଭରସା କରିଥାନ୍ତି କାହାକୁ ମାଟି କାହାକୁ ବାଲି କାହାକୁ ଜମି ପାଇଁ ଗବର ଖତ କାହାକୁ ପଥର ଭଳି ଆବଶ୍ୟକୀୟ ସମାନ ନେବା ଆଣିବା ପାଇଁ ଟ୍ରାକ୍ଟର ହିଁ ବ୍ୟବହାର କରନ୍ତି ହେଲେ ଏବେ ଟ୍ରାକ୍ଟର ମାଲିକ ଙ୍କ ଉପରେ ମାଇନିଂ ର ତୀକ୍ଷ୍ଣ ନଜର ରହିଥିବା ଫଳରେ ମାଲିକ ମାନେ ଆଉ ଟ୍ରାକ୍ଟର ବାହାର କରୁନାହାନ୍ତି ଫଳରେ ଅଂଚଳର ସାଧାରଣ ଲକେ ନାଇନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ସୂଚନା ମିଳୁଛି। ମାଇନିଂ ବିଭାଗ ମୁଖ୍ୟତଃ କୋଷାଗୁମୁଡା ବ୍ଲକ ର ବିଭିନ୍ନ ଲିଜ ଧାରୀ ବାଲି ଖଦାନ ଉପରେ ଧ୍ୟାନ ଦେଉନାହାନ୍ତି। ଲିଜ ଧାରୀ ବାଲି ଖଦାନ ରେ ଲିଜ ରୁ ଅଧିକ ବାଲି ଉଠାଯାଉଛି ବିନା ରୟାଲ୍ଟି ରେ ସହ ସହ ଟିପ୍ପର ବାଲି ଚୋରାଚାଲାଣ କରୁଛନ୍ତି ହେଲେ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ଲିଜ ନେଇଥିବା ବାଲି ଖଦାନ ମାଲିକ ଙ୍କ ସହ ବିଭାଗୀୟ ଅଧିକାରି ସୋଲାସୁତୁରା ହଇ ସେମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣ ରେ ଅଞ୍ଚଳ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି। ଅଞ୍ଚଳବାସୀ ଙ୍କ କହିବା ପ୍ରକାରେ ବିଭାଗୀୟ ଅଧିକାରି ବଡ଼ ବଡ଼ିଆ ଙ୍କୁ ପ୍ରଶୟ ଦେଇ ଛଟ କାଟିଆ ଙ୍କ ଉପରେ ନଜର ରଖି ଟ୍ରାକ୍ଟର ମାଲିକ ଟ୍ରାକ୍ଟର ଚାଳକ ଏବଂ ଟ୍ରାକ୍ଟର ରେ ମଜୁରୀ କରୁଥିବା ମୁଲିଆ ଙ୍କୁ ଜାଣିଶୁଣି ହଇରାଣ ହରକତ କରୁଛନ୍ତି ଯାହାଫଳରେ ଅଞ୍ଚଳ ବାସିଙ୍କ ନିର୍ମାଣ କାର୍ଯ୍ୟରେ ବାଧା ପ୍ରାପ୍ତ ହଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ସମସ୍ୟା ର ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି। ଯଦି ମାଇନିଂ ବିଭାଗ ବାରମ୍ବାର ଟ୍ରାକ୍ଟର ମାଲିକ ଙ୍କୁ ହଇରାଣ ହରକତ କରିବ ତ ଆଗାମି ଦିନରେ କୋଷାଗୁମୁଡା ଟ୍ରାକ୍ଟର ସଂଘ ରାଜରାସ୍ତା ରେ ଆଲ୍ହାଇ ମାଇନିଂ ବିଭାଗ ବିରୁଦ୍ଧରେ ଆନ୍ଦୋଳନ କରିବା ନେଇ ଅଞ୍ଚଳ ରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।