ପୋଖରୀ ପାଣି ରେ ବୁଡି ଦୁଇ ଭଉଣୀ ମୃତ!
ନବରଙ୍ଗପୁର, ୧୦/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀ ରେ ଗତକାଲି ମାନସି ହରିଜନ (୮)ଓ ମେଳକା ହରିଜନ (୮) ର ମୃତ୍ୟୁ ହୋଇଯାଇଛି।ସେମାନେ ନିଜ ମାମୁ ଘରେ ରହି ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀ ରେ ପାଠ ପଢୁଥିଲେ। ପରୀକ୍ଷା ଦେଇ ଘରକୁ ଫେରିବା ପରେ ପୋଖରୀ ରେ ପାଣି ଗାଦାଇ ବାକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ। ତାଙ୍କ ମାମୁ ସମେତ ସମ୍ପର୍କୀୟ ମାନେ ଖୋଜି ବାକୁ ଆରମ୍ବ କରିଥିଲେ, ଶେଷରେ ଗ୍ରାମ୍ୟ ପୋଖରୀ ରେ ବୁଡି ଯାଇଥିବା ଶବ ଦେଖି ଥିଲେ। ତୁରନ୍ତ କୋଡେଗାଁ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଆସିବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶବ ବ୍ୟବଚ୍ଛେଦ କଲା ପରେ ଆଜି ପରିବାର ଙ୍କୁ ଶବ ସମର୍ପଣ କରାଯାଇଛି। ଅପରପକ୍ଷେ ଡ଼ଙ୍ଗରା ରାଜସ୍ୱ ନିରୀକ୍ଷକ କାଳ ବିଳମ୍ବ ନ କରି ତୁରନ୍ତ ଗ୍ରାମ ରେ ପହଂଚି ଅନୁସନ୍ଧାନ କରି ପାପଡ଼ାହାଣ୍ଡି ତହସିଲଦାର ଙ୍କୁ ଅବଗତ କରିଛନ୍ତି। ଗ୍ରାମରେ ଓ ଅଞ୍ଚଳରେ ଦୁହିଁଙ୍କ ମୃତ ବିଷୟ ନେଇ ଦୁଃଖ ର ଲହରୀ ଖେଳି ଯାଇଛି। ଆଜି କାନ୍ଦ ବୋବାଳି ରେ ଦୁହି ଙ୍କୁ ଗ୍ରାମ ରେ ରୀତି ନୀତି ଅନୁଯାୟୀ ଶବ ସତ୍କାର କରାଯାଇଛି ।