Hot Posts

6/recent/ticker-posts

ଚୈତ୍ର ପର୍ବ ଉପଲକ୍ଷେ ତାରିଣୀ ପୀଠରେ ଚଣ୍ଡୀ ଯଜ୍ଞ

ଭବାନୀପାଟଣା, ୨୬/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାର ପ୍ରସିଦ୍ଧ ତାରିଣୀ ଶକ୍ତି ପୀଠରେ ଦେବୀଙ୍କ ଚୈତ୍ର ପର୍ବ ଉପଲକ୍ଷେ ମାସର ପ୍ରତ୍ୟେକ ମଙ୍ଗଳ ବାର ଓ ଶୁକ୍ଳପକ୍ଷ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ସ୍ୱତନ୍ତ୍ର ତନ୍ତ୍ର ଉପଚାର ପୂଜା ଅନୁଷ୍ଠିତ ହୋଇଛି। ଏହି ଅବସରରେ ୨୬ ତାରିଖ ଅଷ୍ଟମୀ ଯୁକ୍ତ ନବମୀ ତିଥିରେ ମନ୍ଦିରର ଯଜ୍ଞ ମଣ୍ଡପରେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞାଚାର୍ଯ୍ୟ ଶରତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଚଣ୍ଡୀ ଯଜ୍ଞରେ ବ୍ରହ୍ମା ଆଦିତ୍ୟ ମିଶ୍ର, ଚଣ୍ଡୀ ନିରଞ୍ଜନ ଦାଶ, ଆଚାର୍ଯ୍ୟ ମନୋରଞ୍ଜନ ଦାଶ, ସିଦ୍ଧ ବିନାୟକ ସୁଧୀର ମିଶ୍ର, ଶିବ ସହସ୍ରନାମ ସତ୍ୟ ନାରାୟଣ ମହାପାତ୍ର ଓ ବିଷ୍ଣୁ ସହସ୍ରନାମ ଦାୟିତ୍ୱ ଡ଼ ତପନ ରଥ ସମ୍ପାଦନ କରିଥିଲେ। ଜିତେନ୍ଦ୍ର ମହାପାତ୍ର ଓ ପ୍ରଣିତା ମହାପାତ୍ର ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜକ ଉତ୍ତମ ଚନ୍ଦନ ତ୍ରିପାଠୀ ଦେବୀଙ୍କ ନୀତି ପୂଜା ସମ୍ପାଦନ କରିଥିବା ବେଳେ ଅଭିଷିକ୍ତ ପୂଜକ ପୀତାମ୍ବର ତ୍ରିପାଠୀ ଦେବୀଙ୍କ ସ୍ୱତନ୍ତ୍ର ତନ୍ତ୍ର ଉପଚାର ପୂଜା ସମ୍ପାଦନ କରିଥିଲେ। ରଞ୍ଜନ କୁମାର ରଥ, ଶ୍ରୀସ ତ୍ରିପାଠୀ, ପ୍ରବୀର ରଥ, ରମେଶ ସାହୁ, ସୁବ୍ରତ ମିଶ୍ର ପ୍ରମୁଖ ଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ବିଗତ ୪୦ ବର୍ଷ ହେଲା ପ୍ରତିବର୍ଷ ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ବିଶ୍ୱ କଲ୍ୟାଣ ନିମନ୍ତେ ଚଣ୍ଡୀ ଯଜ୍ଞ ଆୟୋଜନ କରାଯାଉଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ