ଉନ୍ନୟନ ମୂଳକ କାର୍ଯ୍ୟରେ ମହା ଘୋଟାଲା |ଝରିଗାଁ ବ୍ଳକରେ ଜେଇ ମରୁଡି |
ଝରିଗାଁ, ୧୫/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକ ଏକ ଦୁର୍ନୀତି ଖୋର ବ୍ଳକ ଭାବେ ନା କରିଥିବା ବେଳେ ଏହି ଦୁର୍ନୀତି ପଛରେ ଜେଇ (କନିଷ୍ଠ ଯନ୍ତ୍ରୀ )ଅଭାବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |ବ୍ଳକରେ ମୋଟ ତେଇଶି ଗୋଟି ପଂଚାୟତ ରହିଥିବା ବେଳେ ଏଇ,ଜେଇ (କନିଷ୍ଠ ଯନ୍ତ୍ରି )ସଂଖ୍ୟା ମାତ୍ର ସାତ |ଏହି ସାତ ଜଣ ଜେଇଙ୍କୁ ତେଇଶି ପଂଚାୟତକୁ ବାଣ୍ଟି ଦିଆଯାଇଛି |କେଁଉ ଜେଇଙ୍କୁ ପାଞ୍ଚଟି ପଂଚାୟତର ଦାୟିତ୍ୱ ଦିଆ ଯାଇଥିବା ବେଳେ ଆଉ କାହାକୁ ତିନିଟି ପଂଚାୟତ ଦିଆଯାଇଛି |ସୂଚନା ଯୋଗ୍ୟ ଯେ, ଜେଇ ସୂର୍ଯ୍ୟ ନାରାୟଣ ନନ୍ଦ ବଡ ଟେମରା ପଂଚାୟତର କାମ ସବୁ ତଦାରଖ କରୁଥିବା ବେଳେ ଦେବାଶିଷ ନାୟକ ବେଳଗାଁ, ତେଲନଦୀ ଓ ଡ଼ଙ୍ଗରୀଗୁଡା, କ୍ରାନ୍ତି ପଟ୍ଟନାୟକ ଗୁରୁସିଙ୍ଗା, କୁଟ୍ରିଛାପର ଓ ବାନୁଆଗୁଡା,ବିକେ ରାଉତ ଝରିଗାଁ, ଫୁଫୁଗାଁ, ପାଲିଆ, ଓ ଭାଲୁକନାଡି, ସଂଗ୍ରାମ ମାରାଣ୍ଡି ଭିକ୍ଷା, ଚିତାବେଡା, ଚଚା, କାନାକୋଟ, ଓ ଚକଳାପଦର, ରାମରାଏ ମାରାଣ୍ଡି ଧୋଡ୍ରା, ବକଡାବେଡା, ଧାମନାଗୁଡା,ଚାଟିଗୁଡା ଓ ରତାଖଣ୍ଡିଗୁଡା ପଂଚାୟତର କାର୍ଯ୍ୟ ତଦାରଖ ଦାୟିତ୍ୱରେ ଅଛନ୍ତି |ଫଳରେ ପଂଚାୟତ ସ୍ତରରେ ହେଉଥିବା ଛୋଟ ଠୁ ଛୋଟ କାମ ବି ଠିକରେ ହେଉନି |ସବୁ କାମ ଗୁଡିକ ଅତି ନିମ୍ନ ମାନର କରି ସରକାରୀ ଟଙ୍କା ସବୁ ହରିଲୁଟ ହେଉଛି |ବ୍ଳକରେ ବିଡ଼ିଓ ମଧୁସୂଦନ ମାଝୀ, ଏଇ ବିନୀତ ମିଶ୍ର, ଓ ସମସ୍ତ କନିଷ୍ଠ ଯନ୍ତ୍ରୀ (ଜେଇ )ଠିକାଦାର ମାନଙ୍କ ସହିତ ମିଶି ଟଙ୍କା ସବୁ ବାଟ ମାରଣା କରି ଯାଉଛନ୍ତି |କେଉଁଠି ଫାଇଲ ନଖୋଲୁଣୁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଯାଉଛି ତ ଆଉ କେଉଁଠି ବିନା ସୂଚନା ଫଳକରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବିଲ ପାସ ହୋଇଯାଉଛି |କାମ କେମିତି ହେଉଛି? ଅଟକଳ ମୂଲ୍ୟ ଯେତେ ରହୁଛି ସେ ମୁତାବକ କାମ ହେଉଛି କି ନାହିଁ?କେଁଉ କାମରେ କେତେ କଣ ପଡିବ? ଏସବୁ କୌଣସି ଜେଇ ଦେଖୁନାହାନ୍ତି |ଠିକାଦାର ମାନଙ୍କ ସହିତ ମଧୁଚନ୍ଦ୍ରିକା କରି ବିଡ଼ିଓଙ୍କ ପାଖରେ ବିଲ ପାସ କରେଇ ଦେଉଛନ୍ତି |ଏ ସମ୍ପର୍କରେ ଝରିଗାଁ ବିଧାୟକ ନରସିଂହ ଭତରାଙ୍କୁ ପଚାରିବାରୁ ସେ ମଧ୍ୟ ଘଟଣାଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ମୋ ପାଖରେ ବି ଏମିତି ଅନେକ ଅଭିଯୋଗ ଆସିଲାଣି କହିଛନ୍ତି |ମୁଁ ଏରିଆ ବୁଲିବା ଭିତରେ ଏମିତି କୌଣସି ଘଟଣା ଯଦି ମୁଁ ଦେଖିବାକୁ ପାଏ ତେବେ ମୁଁ ବିଡ଼ିଓଙ୍କୁଏ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ତଦାରଖ କରିବାକୁ କହିବି ବୋଲି କହିଛନ୍ତି |ଯଦି ଆଗକୁ ମଧ୍ୟ ଏହି ସ୍ଥିତି ରହେ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା ସବୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ ହୋଇଚାଲେ ତେବେ ଝରିଗାଁ ବ୍ଳକର ଉନ୍ନତି ଅସମ୍ଭବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିବା ସହିତ ଏ ଘଟଣାର ଭିଜିଲାନ୍ସ ତଦନ୍ତ ହେବା ଅନିବାର୍ଯ୍ୟ ବୋଲି ଦାବୀ କରିଛନ୍ତି |