ସ୍ଲୋଗ-ନୂତନ ଜୟପାଟଣା ଏନଏସିରେ ସାମିଲ କୁ ବିରୋଧ ଏବଂ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ।
କଳାହାଣ୍ଡି, ୧୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ପାଞ୍ଚାୟତର ୭ଏବଂ୮ନମ୍ବର ୱାର୍ଡକୁ ବିରୋଧ ସତ୍ତ୍ୱେ ଜବରଦସ୍ତି ନୂତନ ଜୟପାଟଣା ଏନଏ ସି ୱାର୍ଡ ନମ୍ବର ୧୫ରେ ସାମିଲ କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏନେଇ ଶନିବାର ଖଲିଆଭଟା ୭ ନମ୍ବର ୱାର୍ଡ ପ୍ରହରୀ ମଣ୍ଡପ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।ଏପଟେ କଳାହାଣ୍ଡି ଜିଲ୍ଲାପାଳଙ୍କ ନୂତନ ଜୟପାଟଣା ଏନଏସି ୱାର୍ଡ ବିଭାଜନ ଅଧିସୂଚନା ଅନୁଯାୟୀ ୧୫ନମ୍ବର ୱାର୍ଡରେ ଖଲିଆଭଟା ଗ୍ରାମପଞ୍ଚାୟତର ବନମାଳୀପୁର ପଡା ,ମିଲପଡା ଏବଂ ଗୀତାଭବନପଡାକୁ ସାମିଲ କରାଯାଇଥିବାରୁ ପଡ଼ାବାସୀ ତୀବ୍ର ବିରୋଧ କରିଥିଲେ ଏବଂ ସେପଟେ ଗତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ପଲ୍ଲୀସଭାରେ ବନମାଲିପୁର ପଡାବାସୀ ନୂତନ ଏନଏସିରେ ସାମିଲ ହେବା ପାଇଁ ଅନିଚ୍ଛା ପ୍ରକାଶ କରାଯାଇ ପଲ୍ଲିସଭାର ନକଲ ଜୟପାଟଣା ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା ପୁଣି ଜାନୁଆରୀ ୧୨ତାରିଖରେ ଜୟପାଟଣାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ଲିଖିତ ଭାବେ ଦିଆଯିବା ସତ୍ତ୍ୱେ ନୂତନ ଏନଏସିରେ ସାମିଲ କରାଯାଇଥିବାରୁ ଏହାକୁ ବିରୋଧ କରି ଗତ ୧୮ତାରିଖରେ ପୁଣି କଲା ହାଣ୍ଡି ଜିଲ୍ଲାପାଳଙ୍କୁ ଆପତ୍ତି ଅଭିଯୋଗ କରାଯାଇଥିଲା ।କିନ୍ତୁ ଏହାକୁ ରାଜନୈତିକ ଚାପରେ ନୂତନ ଜୟପାଟଣା ଏନଏସିରେ ସାମିଲ କରାଯାଇଥିବାରୁ ଆଜିର ବୈଠକରେ ରାଜ ରାସ୍ତାକୁ ଓଲ୍ଲାଇବା ସହ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ପଡ଼ାବାସୀ ନିଷ୍ପତ୍ତି ନେଇଛନ୍ତି ।।ଏହି ବୈଠକରେ ପୁରଞ୍ଜନ ପୁଝାରୀ,ରାଏସିଙ୍ଗ ମାଝୀ, ପୁଝାରି,ଧନେଶ୍ୱର ଶବର ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ