ଏଲ୍ ପି ଜି ଗ୍ୟାସ ର ଅଚଳାବସ୍ଥା ବିରୋଧରେ ଜିଲା କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
ଭବାନୀପାଟଣା, ୧୩/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଏଲ୍ ପି ଜି ବା ରନ୍ଧନ ଗ୍ୟାସ୍ ଯୋଗାଣ ରେ ଦର ବୃଦ୍ଧି ଓ ଅଚଳାବସ୍ଥା ବିରୋଧରେ ଜିଲା କଂଗ୍ରେସ ଦଳ ସଭାପତି ଜଳନ୍ଧର ନାୟକ ଙ୍କ ନେତୃତ୍ଵରେ ନକଟିଗୁଡା ଛକ ସ୍ଥିତ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରେ ମୋଦୀ ସରକାର ଓ ଯୋଗାଣ ମନ୍ତ୍ରୀ ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଗ୍ୟାସ୍ ସିଲିଣ୍ଡର ଧରି ଇସ୍ତଫା ଦାବି କରିଥିଲେ। ଏହି ସଭାରେ ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ଉଚ୍ଛବ ସାହୁ, ଇନ୍ଦ୍ରଜିତ୍ ମହାକୁଡ,ଜୟଦେବ ଜେନା ,ସନ୍ତୋଷ ପ୍ରଧାନ ସରୋଜ ବାଗ, ମାଣିକ୍ୟ ସୁନା, ବାବା ଖାଁ, ମହମ୍ମଦ ସାହେବ, ମନ୍ଦାକିନୀ ବାଣୁଆ, ସୁକାନ୍ତି ସରାଫ,ମାର୍ଜିନା ପ୍ରଧାନ ମୁରଲୀ ନାୟକ, ନୀଳାଞ୍ଚଳ ନାୟକ, ସୁଦର୍ଶନ ବିଶ୍ଵାଳ, ସୁକାନ୍ତ ବିଶି ,ଭାଗବତ ବାବୁ, ରୋଜି ନାୟକ, ସୈଭାଗ୍ୟ ମଲିକ୍ ପ୍ରମୂଖ ମୋଦୀ ସରକାର ଙ୍କ ବିରୋଧରେ କଟୁ ସମାଲୋଚନା କରି ତାଙ୍କ ଇସ୍ତଫା ଦାବି କରିଥିଲେ। ସକାଳ 10 ଘଣ୍ଟା ସମୟରେ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୋଦୀ ସରକାର ଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିବା ସହିତ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ