ଯୁବକଙ୍କ ଅମାନୁଷିକ କାଣ୍ଡ, କୂଅ ଓ ପୋଖରି ରେ ପକାଇଛି ବିଷ... ପଡାବାସୀ ଭୟଭୀତ
କୋକସରା, ୧୩/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଯୁବକଙ୍କ ଅମାନୁଷିକ କାଣ୍ଡ ହିଂସା ପରାୟଣ ହୋଇ କୂଅ ଓ ନଦୀରେ ପକାଇଲା ବିଷ । ପଡାପଡ଼ା ଭୟଭୀତ ରେ ଜୀବନ ଯାପନ କରୁଥିବା ଅଭିଯୋଗ ସାମ୍ନା କୁ ଆସିଛି।ସୂଚନା ଅନୁଯାଇ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଡଙ୍ଗରୀ ପଡା ଠାରେ ଜଣେ ଯୁବକ ହିଂସା ପରାୟଣ ହୋଇ କାଉଡୋଲା ଠାରେ ନଦୀ ଓ କୂଅରେ ବିଷ ପକାଇ ଥିବା ଅଭିଯୋଗ ସାମ୍ନାକୁ ଆସିଛି।ନଦୀରେ ବିଷ ପକାଇବାରୁ ମାଛ ମଡକ ଦେଖିବାକୁ ମିଳିଛି ।ଯାହା ପାଇଁ ଲୋକେ ନଦୀକୁ ଗାଧୋଇବାକୁ ଯିବାକୁ ଭୟ କରୁଥିବା ବେଳେ ପଡା ରେ ଥିବା କୂଅ ମଧ୍ଯ ବିଷ ପକାଇ ଥିବା ବେଳେ ପାଣି ପିଇ ବାକୁ ଭୟ କରୁଛନ୍ତି |ଏହି ଯୁବକ ଜଣକ ତା ପୂର୍ବ ରୁ ବାଇକ ପୋଡି ଜେଲ ମଧ୍ଯ ଯାଇ ଥିଲା |ପୂର୍ବରୁ ପଡାରେ ଥିବା ସମସ୍ତ କୂଅରେ ବିଷ ପକାଇ ଦେବାକୁ ଧମକ ମଧ୍ଯ ଦେଇ ଥିଲା |ପୋଲିସ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍