Hot Posts

6/recent/ticker-posts

ପି. ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ାରେ ଗଣିତ ଓ ବିଜ୍ଞାନ ସର୍କଲର ପ୍ରଦର୍ଶନୀ ଅନୁଷ୍ଠିତ

ଖଜୁରୀପଡ଼ା, ୨୮/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍‌ସ୍ଥିତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ସର୍କଲ ପକ୍ଷରୁ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଦର୍ଶନୀକୁ ଜିଲ୍ଲାର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ରଥ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ପୁନର୍ବାର ଶ୍ରୀ ସନ୍ତୋଷ କୁମାର ରଥ ଓ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଶ୍ରୀ ଅଭୟ କୁମାର ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଭାପତିତ୍ୱ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ କରିଥିଲେ।ମଞ୍ଚାସୀନ ଅତିଥିମାନେ ଶିକ୍ଷାର୍ଥୀଙ୍କୁ ଗଣିତ ଓ ବିଜ୍ଞାନର ନୂତନ ଦିଗ, ଆବିଷ୍କାର ଓ ଅଧ୍ୟୟନ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀମାନେ ବିଚାରକ ଭାବେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ସଂସ୍କୃତ ସେବାଶ୍ରମ, ଫୁଲବାଣୀର ଶ୍ରୀ ସନ୍ତୋଷ କୁମାର ରଥ, କଟଡିମୁଠା ଉଚ୍ଚ ବିଦ୍ୟାଳୟର ଶ୍ରୀ ଅଭୟ କୁମାର ପ୍ରଧାନ, ଟିକିରିପଡ଼ା ଉଚ୍ଚ ବିଦ୍ୟାଳୟର ଶ୍ରୀ ପ୍ରଦୀପ କୁମାର ସାହୁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦୁତିମେଣ୍ଡିର ଶ୍ରୀ ନିରଞ୍ଜନ ଜେନା, କୁମ୍ଭାରଖୋଲ ଉଚ୍ଚ ବିଦ୍ୟାଳୟର ଶ୍ରୀ ଜ୍ୟୋତି କିଶୋର ମହାନ୍ତି, କଟାସିଂ ଉଚ୍ଚ ବିଦ୍ୟାଳୟର ଶ୍ରୀ ପ୍ରଦୀପ କୁମାର ନାୟକ, ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ଶ୍ରୀ ତାପସ କୁମାର ଦିଗାଲ, ଦୁତିପଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଗଣ୍ଡା ଓ ଆରଣୀ ଦିଗାଲ ଆଦି ଉଲ୍ଲେଖନୀୟ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁପ୍ରିୟା ରାଣୀ ନାୟକଙ୍କ ତତ୍ତ୍ୱାବଧାନରେ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଖଜୁରୀପଡ଼ାର ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ଶ୍ରୀ ବିକାଶ ଦିଗାଲ ଓ ଶ୍ରୀ ମନୋଜ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।ଏହି ପ୍ରଦର୍ଶନୀ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କରେ ବିଜ୍ଞାନମନସ୍କତା ଓ ସୃଜନଶୀଳତା ବୃଦ୍ଧି ପାଇଥିବା ଦେଖାଯାଇଛି।