Hot Posts

6/recent/ticker-posts

ମାର୍ଚ୍ଚ ୧୪ରୁ ଧୋଡ୍ରା ମଣ୍ଡେଇ ଯାତ୍ରା

ଝରିଗାଁ, ୦୭/୦୩ (ନକୁଳ ଭତ୍ରା) : ଆସନ୍ତା ମାର୍ଚ୍ଚ ୧୪ରୁ ଧୋଡ୍ରାଠାରେ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବ । ମଣ୍ଡେଇ ଯାତ୍ରା ଦିନ ଧାର୍ଯ୍ୟ ନିମନ୍ତେ ଧୋଡ୍ରା ହାଟ ପଡ଼ିଆ ମଧ୍ୟରେ ଆଦିବାସୀଙ୍କ କୂଳ ଦେବତାଙ୍କୁ ଶନିବାର ଦିନ ଆବାହନ କରାଯାଇଥିଲା । ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ , ଢୋଲ , ମହୁରୀର ତାଳରେ ଦେବତାଙ୍କ ପୂଜକ ଭଗବାନ ପୂଜାରୀ ପୂଜାପାଠ କରିଥିଲେ ଏବଂ ଅରୁଣ ପନକା ମଣ୍ଡେଇ ପାଇଁ ଡାକଦେଇ ଥିଲେ । ଏହି ଅବସରରେ ମଣ୍ଡେଇ ଯାତ୍ରା କମିଟିର ସଭାପତି ମହେନ୍ଦ୍ର ଭତ୍ରା , ଉପ ସଭାପତି ଦୁବରାଜ ସିଂ , ସଂପାଦକ କେଦାରେଶ୍ୱର ପଟ୍ଟନାୟକ, ସହ ସଂପାଦକ ରାକେଶ କୁମାର ଜେନା , କୋଷାଧ୍ୟକ୍ଷ ହେମନ୍ତ ପଲେଇ , ସହ କୋଷାଧ୍ୟକ୍ଷ ବଂଶୀଧର ଭୁୟାଁ , ପିତମ ଭତ୍ରା , ମହେଶ୍ୱର ହରିଜନ , ହନୁ ଗାଉଁଟିଆ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବସମ୍ମତିକ୍ରମେ ଆସନ୍ତା ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ସୂଚନା ମୂତାବକ , ଅବିଭକ୍ତ କୋରାପୁଟ ଜିଲ୍ଲାରେ ଧୋଡ୍ରା ମଣ୍ଡେଇ ଯାତ୍ରା ପ୍ରସିଦ୍ଧ ରହିଛି । ୫ ଦିନ ଧରି ଅନୁଷ୍ଠିତ ହେଉଥିବା ମଣ୍ଡେଇ ଯାତ୍ରା ସମୟରେ ଆଦିବାସୀମାନେ ବର୍ଷକ ଯାକର ଘରକରଣା ସାମଗ୍ରୀ ସୂଲଭ ମୂଲ୍ୟରେ କିଣିଥାନ୍ତି ।