କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କର୍ଲାମୁଣ୍ଡା, ୨୮/୦୩ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ତେରେସିଙ୍ଗା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇ ଅଛି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଯୋଗ ଦେଈ ଶେଷ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନର ସ୍ଵତନ୍ତ୍ର ପରିଚୟ ତିଆରି କରି ଆଗକୁ ବଡ଼ ମଣିଷ ହେବା ପାଇଁ ବାର୍ତ୍ତା ଦେଈ ଥିଲେ । ସମ୍ମାନିତ ଅତିଥି ଭାବରେ ଶିକ୍ଷା ଅଧ୍ୟାପକ ସମୀର ପଧାନ, କୌସ୍ତୁଭ ସାହୁ, ଟିକେଧର ରଣା, ତୃପ୍ତି ମୟୀ ଭୋଇ, ମଞ୍ଜୁଲତା ମାଝୀ ଓ ରୋସ୍ନା ରାଣୀ ବଡମାଳି ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ କୁ ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ପରିଚାଳନା କରି ଥିବା ବେଳେ ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା, ଚମ୍ପୁଲାଲ ରଣା, ଡଲେଶ୍ୱର୍ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।