ହାଇକୋର୍ଟ ନିର୍ଦ୍ଦେଶ ପରେ ଆଜି ଘୋଷଣା ହେବ ଅନାସ୍ଥା ପ୍ରସ୍ତାବର ଫଳାଫଳ, ପୌର କାର୍ଯ୍ୟାଳୟରେ କଡା ସୁରକ୍ଷା
ରାୟଗଡ଼ା, ୧୧/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲରମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ସ୍ଥଗିତ ରହିଥିବା ଫଳାଫଳ ଆଜି ଘୋଷଣା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୌର ପରିଷଦ ପକ୍ଷରୁ ଏହାର ଘୋଷଣା ହେବାକୁ ଥିବା ସୂଚନା ମିଳିଛି। ଏହାକୁ ନେଇ ରାୟଗଡ଼ା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଦେଖାଦେଇଛି। ଯେକୌଣସି ଅପ୍ରିୟ ପରିସ୍ଥିତିକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୌର ପରିଷଦ କାର୍ଯ୍ୟାଳୟ ଚାରିପାଖରେ ପୋଲିସ ମୁତୟନ ହୋଇଥିବା ବେଳେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଆଜି ଫଳାଫଳ ଘୋଷଣା ପରେ ରାୟଗଡ଼ା ପୌର ରାଜନୀତିରେ ନୂଆ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।
ରାୟଗଡା ରୁ ଶ୍ରୀ ଶଙ୍କର ରାଓ ରିପୋର୍ଟ