Hot Posts

6/recent/ticker-posts

ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ l

ନବରଙ୍ଗପୁର , ୦୪/୦୨ ( ଶେଖର ଖୁରା ) : ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ର ଗୌର ଗୁଡା ଗ୍ରାମ ର ଅଗ୍ରଗାମୀ ସଂସ୍ଥା ପରିସରରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ବ୍ଲକ୍ ସ୍ତରୀୟ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ  ମୁଖ୍ୟ ନବରଙ୍ଗପୁର ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ ପାତ୍ର, ରାଜ୍ୟ ସଭା ସାଂସଦ ପ୍ରତିନିଧି କାହ୍ନୁ ସିଂ ସାଧୁ ଓ ଟିଡିସିସି ମେମ୍ବର  ଅଖିଳ ଭତ୍ରା .ବ୍ଲକ କଂଗ୍ରେସ ସଭାପତି ପ୍ରୋହ୍ଲାଦ ହିଆଲ . ବ୍ଲକ କୃଷି ଅଧିକାରୀଣି ପ୍ରତିଭା ତିରିୟା କୃଷି ପରିଦର୍ଶକ ଧିରେନ କୁମାର ବେନ୍ୟା ଓ଼ ବହୁ ଚାଷୀ ମାନଙ୍କର ଉପସ୍ଥିତତି ରେ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ କରା ଯାଇଥିଲା . ଅଗ୍ରଗାମୀ ର ବ୍ଲକ ସଂଯୋଜକ ନିଶାନ୍ତ କୁମାର ବିଷୟୀ ଏହା କୁ ପରିଚାଳନା କରିଥିଲେ l  ଚଳିତ ବର୍ଷ ଖରିଫ ୨୦୨୫-୨୬ ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ୯୭୦ ଜଣ ଚାଷୀ ମାଣ୍ଡିଆ ମଣ୍ଡି ରେ ପଞ୍ଜିକରଣ କରିଥିବାର ଅବଗତ କରାଇ ଥିଲେ ବ୍ଲକ ସଂଯୋଜକ ଓ ସେମାନଙ୍କ ଠାରୁ ୪୦୦୦ କ୍ଵିଣ୍ଟାଲ ମାଣ୍ଡିଆ କିଣା ର ଲକ୍ଷ୍ୟ ଦିଆଯାଇଛି ବୋଲି କହିଛନ୍ତି ବ୍ଲକ୍ ସଂଯୋଜକ ନିଶାନ୍ତ ବିଷୋୟୀ । ମାଣ୍ଡିଆ କିଣିବା ପାଇଁ ଦୁଇଟି ଜାଗା ରେ ମଣ୍ଡି ବସିବ ଗୌଡ଼ ଗୁଡା ଅଗ୍ର ଗାମୀ ଅଫିସ ଏବଂ ପଡେଇ ଗୁଡା ଆର. ଏମ. ସି ଗୋଦାମ ପାତ୍ର ପୁଟ ଠାରେ ମାଣ୍ଡି ଆର ସର୍ବ ମୂଲ୍ୟ 4886 କୁଇଣ୍ଟାଲ ପ୍ରତି ଏବଂ ଏହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ କିଣା ଯିବାର ସମୟ ରହିଛି l ଟିଡିସିସି ରୁ ଅଖିଳ ଭତ୍ରା ଉପସ୍ଥିତ ସମସ୍ତ ଚାଷୀଙ୍କୁ ସଫା ସୁତରା ମାଣ୍ଡିଆ ମଣ୍ଡି କୁ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଓ ଚଳିତ ବର୍ଷ କିପରି ସୁରୁଖୁରୁ ରେ ମାଣ୍ଡିଆ ମଣ୍ଡି ଚାଲିବ ଓ ଚାଷୀ ଯେପରି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । 

ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର