ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର ଅନୁଷ୍ଠିତ
ବରୀ, ୦୫/୦୨ ( ରଂଜିତ ମହାନ୍ତି ) : ବରୀବ୍ଲକ ପକ୍ଷରୁ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଚଳିତବର୍ଷ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବରୀ ବିଡ଼ିଓଙ୍କ ଉପସ୍ଥିତିରେ ଅଲିପୁର ସରପଂଚ ମଧୁସ୍ମିତା ବେହେରା ଓ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗପକ୍ଷରୁ ଆୟୋଜିତ ଏହି ଶିବିରରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରିନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଡାକ୍ତରୀ ଟିମ ଉପସ୍ଥିତରହି ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ଯାଞ୍ଚ କରିଥିଲେ। ଉପଯୁକ୍ତ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପୋଷ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମକୁ ବରୀ ବିଡିଓ ଅସିତ୍ କୁମାର ମହାନ୍ତି, ଅତିରିକ୍ତ ବିଡ଼ିଓ ମହେଶ୍ଵର ସେଠୀ, ବରୀ ବ୍ଲକ ସାମାଜିକ ସୁରକ୍ଷା ଅଧକାରୀ ରଞ୍ଜିତ ଜେନା, କନିଷ୍ଠ ଯନ୍ତ୍ରୀ ରାକେଶ ମଲ୍ଲିକ,ଚିରାଦ ପ୍ରସାଦ,ଶିବ ପ୍ରସାଦ ମଲ୍ଲିକ,ସରୋଜ କୁମାର ପଣ୍ଡା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସୁରେଶ କୁମାର ପଣ୍ଡା ,ପି ଇ ଓ ନିକୁଞ୍ଜ ରାଉତ,ନିରଞ୍ଜନ ମଲ୍ଲିକ,ପଦ୍ମନାଭ ପରିଡା,ବ୍ଲକ ପ୍ରୋଗ୍ରାମ ଅଫିସର ସୁରେଶ ପଣ୍ଡା, ବ୍ଲକ କୋର୍ଡଡିନେଟର ସଚିକାନ୍ତ ବାରିକଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଏହି ଶିବିର ରେ ମୋଟ ୧୮୨ ଜଣ ଦିବ୍ୟାଙ୍ଗ ବିଭିନ୍ନ ବିଭାଗରେ ସେମାନଙ୍କ ର ନାମ ପଞ୍ଜିକୃତ କରିଥିବା ବେଳେ। ଅସ୍ଥିସଲ୍ୟରେ ୮୭ଜଣ , ମାନସିକ ବିଭାଗରେ ୩୦ ଜଣ, ଦୃଷ୍ଟି ବାଧିତ ବିଭାଗ ୨୫, ଶ୍ରବଣ ବାଧିତ ବିଭାଗରେ ୩୦ ଜଣ ଓ ସେହିପରି ଔଷଧ ବିଭାଗରେ ୧୦ ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିଛନ୍ତି ବୋଲି ବରୀ ବ୍ଲକ ତରଫରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ରମେଶ ଚନ୍ଦ୍ର ମଲ୍ଲିକ,ଡ ପ୍ରଫୁଲ୍ଲ ଚନ୍ଦ୍ର ଦୀକ୍ଷିତ,ଡ ରଶ୍ମୀ କାନ୍ତ ଶତପଥୀ, ଡ଼ ବୁଦ୍ଧଦେବ ପରିଡା,ଡ଼ ଜାକି ଆଲ୍ଲାମ ଉପସ୍ଥିତ ରହି ପଞ୍ଜିକୃତ ରୋଗୀ ମାନଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ।ମହାବିଦ୍ୟାଳୟ ର ଏନ ଏସ ଏସ ର ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇ ସହଯୋଗ କରିଥିଲେ।