ଜି.ସି.କଲେଜରେ +୨ ପରୀକ୍ଷା ଆରମ୍ଭ:ଚକୋଲେଟ ଓ ପେନ ଦେଇ ସ୍ୱାଗତ କଲେ ଅଧ୍ୟକ୍ଷ
ଯାଜପୁର, ୧୮/୦୨ ( ରଂଜିତ ମହାନ୍ତି ) : ଆଜି ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର ଦ୍ଵିତୀୟ ପୁରାତନ ତଥା ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଆରମ୍ଭ ହୋଇଛି । ଆଜି କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ଓ ପେନ ଦେଇ ସେମାନଙ୍କୁ କଲେଜ ପରିସରକୁ ପ୍ରବେଶ କରାଇଥିଲେ । ଅଧ୍ୟକ୍ଷ ଶ୍ରୀ ସାମଲ ଛାତ୍ରଛାତ୍ରୀ ମାନେ ଧର୍ଯ୍ୟର ସହିତ ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ । ଆଜିର ପରୀକ୍ଷା ବେଶ ଶାନ୍ତି ଶୃଂଖଳାର ସହିତ ସମାପନ ହୋଇଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପରେ ଅଧ୍ୟକ୍ଷ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଘ୍ନ ବିନାଶକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ ।