Hot Posts

6/recent/ticker-posts

ଝରିଗାଁ ରେ ଆମ ପୋଲିସ ସମିତି ସଚେତନତା ଶିବିର ଅନୁଷ୍ଠିତ

ଝରିଗାଁ, ୧୮/୦୨ (ନକୁଳ ଭତ୍ରା) : ଝରିଗାଁ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |ଝରିଗାଁ ବ୍ଲକ ଅଧୀନ ହାତିବାଡ଼ି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥାନା ଅଧିକରୀ ରଚିତା ମାଡକାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶତାଦିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ | ଏକ ଶୁଙ୍ଖଳିତ ସମାଜ ଗଠନ ଦିଗରେ ପୋଲିସ ସହ ଜନସାଧାରଣ ସାନ୍ନନୟ ନିତ୍ୟନ୍ତ ଆବଶ୍ୟକ | ଏକ ଅପରାଧ ଓ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆଇନ ସଚେତନ ଆବଶ୍ୟକ | ଚୋରି, ଡକାୟତି,ହତ୍ୟା, ଧର୍ଷଣ,ଭଳି ଭିବିନ୍ନ ଅପରାଧକୁ ନିୟନ୍ତ୍ରଣ ପାଇଁ ନାଗରିକଙ୍କ ସଚେତନ ଆବଶ୍ୟକ ହୋଇଥାଏ | ବିଶେଷ କରି ଯୁବବର୍ଗ ହିଂସାତ୍ମକ କାଯ୍ୟାରୁ ନିବୃତ୍ତ ରହିବା ସାଙ୍ଗେ ସାଙ୍ଗେ ଏକ ଅପରାଧ ମୁକ୍ତ ସୁସ୍ଥ ଶୁଙ୍ଖଳିତ ସମାଜ ଗଠନ ପାଇଁ ଯୁବବର୍ଗ ଆଗେଇ ଆସିବାକୁ ଥାନା ଅଧିକାରୀ ରଚିତା ମାଡକାମୀ ନିଜ ଅବିଭାଷଣ ରେ ରଖିଥିଲେ | ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଝରିଗାଁ ଥାନାର ଏସ ଆଇ ବିଶଜିତ ମହାନ୍ତି,ହାବିଲଦାର ମୁରଲୀଧର ବିଷୋୟୀ,ମହେଶ ପଟନାୟକ,ଝରିଗାଁ ସରପଞ୍ଚ ଯୋଗେଶର ପୂଜାରି ଏବଂ ହାତୀବେଡା ୱାର୍ଡ ମେମ୍ବର ଶଶୀ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ |