୫ ତମ ୱାକୋ ଇଣ୍ଡିଆ ଓପେନ ଇଣ୍ଟେରନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନସିପ ପ୍ରତିଯୋଗିତା ରାୟଗଡାର ଖେଳାଳି ଜ୍ଞାନଭିଙ୍କ ସଫଳତା ୨୮କେଜି ବର୍ଗରେ ଜିତିଲେ କାଂସ୍ୟ ପଦକ
ରାୟଗଡା, ୧୭/୨ ( ଭି. ଗୌରି ଶଙ୍କର ରାଓ ) : ନୂଆଦିଲ୍ଲୀର କେଡ଼ି ଯାଦବ ଇଣ୍ଡୋର ଷ୍ଟାଡିଅମର ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଚଳିତ ମାସ ଫେବୃଆରୀ ୪ରୁ ୮ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚମ ତମ ୱାକୋ ଇଣ୍ଡିଆ ଓପେନ ଇଣ୍ଟେରନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନସିପ ପ୍ରତିଯୋଗିତା -୨୦୨୬ରେ ଆମେଚର କିକ ବକ୍ସିଂ ଆସୋସିଏସନ ଓଡିଶା ଦଳ ଭାଗ ନେଇ ଚମତ୍କାର ପ୍ରଦର୍ଶନ କରି ମୋଟ ୯୭ ଗୋଟି ପଦକ ହାସଲ କରିଛି | ଏଥିରେ ୩୦ ଗୋଟି ସ୍ବର୍ଣ୍ଣ,୩୦ଗୋଟି ରୁପା ଏବଂ ୩୭ଗୋଟି କାଂସ୍ୟ ପଦକ ଜିତିଛି | ଏହି ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା କିକବକ୍ସିଂ ସଙ୍ଘର ଜଣେ ଖେଳାଳି ବାଡ଼ିତିବୋଇନା ଜ୍ଞାନଭି ଅଂଶଗ୍ରହଣ କରି ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି | ସେ ୨୮କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଛନ୍ତି | ପ୍ରତିଯୋଗିତା ପାଇଁ ଆର୍ଥିକ ସହଯୋଗ କରିଥିବାରୁ ଜ୍ଞାନଭି ରାଜ୍ୟ ସରକାରଙ୍କ ଧନ୍ୟବାଦ ଜଣାଇଛନ୍ତି | ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଥିବାରୁ ରାୟଗଡା ଜିଲ୍ଲା କିକ ବକ୍ସିଂ ସଂଘର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ସମ୍ପାଦକ ତଥା ପ୍ରଶିକ୍ଷକ ଅର୍ଜୁନ ଶବରଙ୍କ ସମେତ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର ଶୁଭେଚ୍ଛା ଜଣାଇଛନ୍ତି | ଖେଳାଳି ଜ୍ଞାନଭିର ସଫଳତା ନେଇ ସଂଘ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି |