Hot Posts

6/recent/ticker-posts

ରାୟଗଡ଼ରେ ସ୍ଵତନ୍ତ୍ର ସଘନ ସଂଶୋଧନ ସମୀକ୍ଷା: ଭୋଟରଙ୍କୁ ନିଜ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଅପିଲ

ରାୟଗଡ଼, ୧୭/୦୨ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲାପାଳ ଶ୍ରୀଯୂକ୍ତ ଆଶୁତୋଷ କୁଲକର୍ଣ୍ଣି,ଆଇ ଏ ଏସଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଭୋଟର ସଂଯୋଗୀକରଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ମଙ୍ଗଳବାର ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ, ଡ଼େପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠୀ ଉପସ୍ଥିତି ରହି ଶତକଡା ଅଶୀ ଭାଗରୁ କମ୍ ସଂଯୋଗୀକରଣ କରିଥିବା ବୁଥ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ | ଜିଲ୍ଲାର ଏଗାର ଗୋଟି ବ୍ଲକର ବିଡିଓ ଏବଂ ପୌରାଞ୍ଚଳ ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ଙ୍କ ସହ ବି ଏଲ ଓ ଯୋଗ ଦେଇଥିଲେ | ଗୁଣପୁର ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ନବେ, ବିଷମକଟକ ନିର୍ବାଚନମଣ୍ଡଳୀ ରୁ ଏକ ଶହ ଚାଳିଶି ଓ ରାୟଗଡ଼ ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ଷାଠିଏ ଜଣ ବିଏଲଓ ଓ ସମ୍ପୃକ୍ତ ସୁପରଭାଇଜର ଉପସ୍ଥିତ ରହି ନିଜ ନିଜର ତଥ୍ଯ ଉପସ୍ଥାପନ କରିଥିଲେ |  ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଯୋଗ୍ୟ ଭୋଟରଙ୍କୁ 2002 ତାଲିକା ସହ ସଂଯୋଗ କରାଯିବ | 2025 ମସିହା ଭୋଟର ତାଲିକାରେ ସ୍ଥାନିତ ଭୋଟର, ନିଜର, ନିଜ ପିତା, ମାତା, ଜେଜେ ବାପା କିମ୍ବା ଜେଜେ ମାଆଙ୍କ 2002 ଭୋଟର ତାଲିକାର କ୍ରମିକ ନମ୍ବର ମାଧ୍ୟମରେ ଯୋଡି ହେବେ | ନଚେତ ଆଗାମୀ ଦିନରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାରେ ସେମାନଙ୍କ ନାମ ସ୍ଥାନିତ ହେବ ନାହିଁ ବୋଲି ଜଣାପଡିଛି | ଅପର ପକ୍ଷେ ଅନେକ ଭୋଟର 2002 ମସିହା ପରେ ନିଜର ସ୍ଥାନ ପରିବର୍ତ୍ତନ କରିବା ସହ ନିଜର ପୂର୍ବତନ ବୁଥର ସଠିକ ତଥ୍ଯ ବି ଏଲ ଓ ଙ୍କୁ ପ୍ରଦାନ କରୁନଥିବାରୁ ସଂଯୋଗୀକରଣ କଷ୍ଟସାଧ୍ୟ ହେଉଥିବା ବି ଏଲ ଓ ପ୍ରକାଶ କରିଛନ୍ତି | ଏଥିନିମନ୍ତେ ସହରାଞ୍ଚଳରେ ବ୍ୟାପକ ଜନସଚେତନତା ନିମନ୍ତେ ପ୍ରଚାର ପ୍ରସାର ନିମନ୍ତେ ବ୍ୟବସ୍ଥା କରିବା ସହ ଭୋଟରଙ୍କ ସହଯୋଗ କରାଯାଇଅଛି |   ସମସ୍ତ ଭୋଟର ନିଜର 2002 ମସିହାର ଅବସ୍ଥିତି ଓ ଭୋଟର ତଥ୍ଯ ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀଙ୍କୁ ଯଥାଶୀଘ୍ର ପ୍ରଦାନ କରି ସ୍ଵତନ୍ତ୍ର ସଘନ ସଂଶୋଧନ ସମୟରେ ଜଟିଳ ପ୍ରକ୍ରିୟାକରଣରୁ ଦୁରେଇ ରହିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି |