Hot Posts

6/recent/ticker-posts

ବିନା ସୂଚନା ଫଳକରେ କାମ ପୁଣି ନିର୍ଦ୍ଧାରିତ ସ୍ଥାନରେ ନ ହୋଇ ଭିନ୍ନ ସ୍ଥାନରେ କାମ ହୋଇ ବିଲ୍ ପାସ। ପ୍ରଶ୍ନ କଲେ ପ୍ରଶାସନ ନୀରବ।

ଝରିଗାଁ, ୧୮/୦୨ ( ନକୁଳ ଭତ୍ରା ) : ତାଳ ମେଳ ରହୁନାହିଁ ବ୍ଲକ ପ୍ରଶାସନର ଅଧୀନରେ ଚାଲୁଥିବା ଉନ୍ନତିକରଣ ନିର୍ମାଣ କାର୍ଯ୍ୟରେ। ସୂଚନା ଫଳକ ରହିଛି ଗୋଟିଏ ଜାଗାରେ ଆଉ କାମ ହୋଇଛି ଆଉ ଏକ ଭିନ୍ନ ଜାଗାରେ। ସୂଚନା ଫଳକ ରେ ଉଲ୍ଲେଖିତ ଅଛି କି ଝରିଗାଁ ବ୍ଲକ ଚକଲା ପଦର୍ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସଦର ଠାରୁ ଚଟୁ ପକନା କଂକ୍ରିଟ ରାସ୍ତା ନିର୍ମାଣ। ଯାହାର ଅଟକଳ ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଜିଲ୍ଲା ପରିଷଦ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ M V TAX 2025 - 26 / 2 Shere ଯୋଜନାରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ସୂଚନା ଫଳକରେ ଉଳେଖିତ ଗ୍ରାମରେ କାର୍ଯ୍ୟ ନ ହୋଇ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ଦୁଡୁଙ୍ଗ ଝରୀ ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି। ଯାହାକି ଡୁଡ଼ୁଙ୍ଗ ଝରୀ ଗ୍ରାମ ଠାରୁ ଚଟୁ ପକନା ପ୍ରାୟ ତିନି କିଲୋମିଟର ଦୂରରେ ରହିଛି। ଚକଲା ପଦର ସଦର ଗାଁ ର ଡାହାଣ ପାର୍ଶ୍ଵରେ ରହିଛି ଡୁଡ଼ୁଙ୍ଗ ଝରୀ ଗାଁ । ଏହି ଗାଁ ଅତିକ୍ରମ କଲାପରେ ଏକ ଘାଟି ରହିଛି । ଘାଟି ତଳକୁ ଗଲେ ଚଟୁ ପକନା ଗାଁ। ଯେଉଁ ଗାଁ ର ଗମନାଗମନ ସୁଗମ ଲାଗି କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ଦ୍ଧାରିତ ଗ୍ରାମରେ ନିର୍ମାଣ କାର୍ଯ୍ୟ କରାନଯାଇ ଚଟୁ ପକନା ର ପୂର୍ବ ଗାଁ ଡୁଡ଼ୁଙ୍ଗ ଝରୀ ଗ୍ରାମରେ କାର୍ଯ୍ୟ ହୋଇଛି। ଏହି ପ୍ରସଙ୍ଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ଫୋନ ଉଠାଇ ନଥିଲେ। ଅନ୍ୟ ପକ୍ଷେ ଏ ଇ ବିନିତ୍ ମିଶ୍ର ଙ୍କୁ ପଚାରିବାରୁ ସେ କାର୍ଯ୍ୟ ଓ ବିଲ୍ ବିଷୟରେ ଅଜ୍ଞ ନଥିବା କହିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ସଂଗ୍ରାମ ମାରାଣ୍ଡି ଙ୍କୁ କାର୍ଯ୍ୟ ଓ ବିଲ୍ ପାସ ନେଇ ପଚାରିବାରୁ ସେ ଜାଣିନଥିବା କହିଥିଲେ। ବ୍ଲକ୍ ପ୍ରଶାସନ ର ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏପରି ଅଣଦେଖା କରିବା ଅର୍ଥ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାର୍ଯ୍ୟ ନେଇ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ତଦନ୍ତ କରି ବୁଝିବି କହିଥିଲେ ହେଲେ କାର୍ଯ୍ୟ ଶେଷ ହୋଇ ବିଲ୍ ପାସ ହୋଇଥିବା ବେଳେ ଯୋଗାଯୋଗ କରିବାରୁ ଏଭଳି ଅଣଦେଖା କରିବା ଠିକାଦାର ଓ ଯନ୍ତ୍ରୀ ପୁଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବୁଝାମୁଣାରେ ମଧୁ ଚନ୍ଦ୍ରିକା କରି ଅର୍ଥର ହରିଲୁଟ ହୋଇଥିବା ସ୍ପଷ୍ଟ ଜଣା ପଡ଼ୁଛି।