Hot Posts

6/recent/ticker-posts

ଭର୍ତ୍ତାରୁ ବଞ୍ଚିତ ବିଧବା...

ଝରିଗାଁ, ୧୮/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ତାରାବେଡା ଗ୍ରାମର ତାଙ୍ଗାଣି ଗୁଡ଼ାର ମହିନା ଯାନୀ ବୟସ (୪୬)ବିଧବା ରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି | ସୂଚନା ମୁତାବକ ସ୍ୱାମୀ ଦୀନବନ୍ଧୁ ଯାନୀ ଙ୍କ ମୂର୍ତକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ବିଧବା ଭର୍ତ୍ତା ପାଇଁ ସମସ୍ତ କାଗଜ ପତ୍ର ଦେଇ ଆସୁଥିଲେ ବି ଏ ପ୍ରଯ୍ୟନ୍ତ ଭର୍ତ୍ତା ଖଣ୍ଡେ ବି ହୋଇ ପାରିନାହିଁ ବୋଲି ମହିନା କହିଛନ୍ଥି | ସ୍ୱାମୀ କୁ ମୃତ୍ୟୁ ପରେ ଏକ ପ୍ରକାର ବେସାହାରା ହୋଇପଡିଛନ୍ଥି | ମହିନଙ୍କ ଗୋଟେ ପୁଅ ଓ ଝିଅ ଅଛି ଝିଅ ତରୁଲତା ଯାନୀ ବୟସ (୧୭)ମାଟ୍ରିକ ପରୀକ୍ଷା ଦେଇ ପରେ ବାପା ଆରପାରିକୁ ଚାଲିଯାଇଥିଲେ | ପରିବାରରୁ ଅଭାବ ଅନାଟାନକୁ ଦେଖି ଝିଅ ତରୁଲତା ପାଠ ପଡା ଛାଡି ଦେଇଛି | ପୁଅ କୁବେର ଯାନୀ ବୟସ (୧୦) ପାଠ ପଡା ଛାଡିଦେଇଛି | ମହିନା ଙ୍କୁ କହିଲେ ସରକାରୀ ସହାୟତା ରାସନ କାର୍ଡରେ ମିଳୁଥିବା କିଛି ଚାଉଳ ତାହାବି ପେଠପାଠନା ପାଇଁ ନିଅଣ୍ଟ ବୋଲି କହିଛନ୍ତି | ମହିନା ଓ ତାର ଝିଅ ତରୁଲତା ପାଠଛାଡି ପେଟ ପାଇଁ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି | ତେଣୁ ପ୍ରଶାସନ ଏହି ବିଧବା ପ୍ରତି ଦୃଷ୍ଟି ଆକର୍ଷଣ କରି ଭର୍ତ୍ତା ଖଣ୍ଡେ ଯୋଗାଇ ଦେବାକୁ ଦାବୀ ହୋଇଛି |