ବ୍ରାହ୍ମଣୀ ନଦୀରେ ବାଉଁଶ ପୋଲ ନିର୍ମାଣ କଲେ ଗ୍ରାମବାସୀ
ବରୀ, ୧୮/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ସ୍ଵାଇଁଖଣ୍ଡ ପଞ୍ଚାୟତର କଳାଖଣ୍ଡ ନିକଟସ୍ଥ ଜୁଣୁଙ୍ଗା ବ୍ରାହ୍ମଣୀ ନଦୀ ରେ ଯାତାୟତ ଲାଗି ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି । ଏହି ପୋଲ ଦେଇ ପ୍ରତିଦିନ ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ, ରୁଦ୍ରପୁର, କିମ୍ବିରିଆପାଳ, ବାଇଁଶିରିଆ, ଭଅଁରା ପଞ୍ଚାୟତର ଶହ ଶହ ଲୋକ ପ୍ରତିଦିନ ହାଟ, ବଜାର, ସ୍କୁଲ, କଲେଜ, ବ୍ଲକ, ସାଇକେଲ, ମଟର ସାଇକେଲରେ ଲୋକମାନେ ଯାତାୟତ କରିଥାନ୍ତି । ଏହି ଅସ୍ଥାୟୀ ପୋଲ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଅସ୍ଥାୟୀ ସରକାରୀ ସାହାଯ୍ୟ ମିଳୁନଥିବା ଅଞ୍ଚଳ ଜନସାଧାରଣ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ବ୍ରାହ୍ମଣୀ ନଦୀ ଅସ୍ଥାୟୀ ବାଉଁଶ ପୋଲ କିଛି ଦୂରରେ ବାଲିକାନ୍ତିଆ ଠାରେ ପକା ପୋଲ କାର୍ଯ୍ୟ କୁ ତ୍ବରାନିତ କରିବାକୁ ଦାବି ହୋଇଛି ।