Hot Posts

6/recent/ticker-posts

ଫୁଫୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଝରୀଗାଁ, ୦୭/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଫୁଫୁଗାଁ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଛି |ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ଭାବେ ଝରିଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ, ଫୁଫୁଗାଁ ସରପଞ୍ଚ ଚୈତନ୍ୟ ଗଣ୍ଡ ଓ ଫୁଫୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଲଳିତ ତିୱାରୀ ମଞ୍ଚାସିନ ରହିଥିଲେ |ବିଦ୍ୟାଳୟର ସହ ଶିକ୍ଷକ ନିରଞ୍ଜନ ମହାନ୍ତି ପ୍ରଥମେ ମଞ୍ଚ ପରିଚାଳନା କରି ବରେଣ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ମଞ୍ଚାସିନ କରେଇବା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଫୁଲତୋଡା ଓ ଉତ୍ତରୀୟ ଦେଇ ସଂମାନ ଜଣେଇଥିଲେ |ପରେ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ପୂଜାର୍ଚନା କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ |ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ବରେଣ୍ୟ ଅତିଥି ମାନଙ୍କ ଉଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କରିଥିଲେ |ବିଦ୍ୟାଳୟର ଅଧ୍ୟକ୍ଷ ଅଭିରାମ ଲେଙ୍କାଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର ସୁକୃତି ସବୁ ସର୍ବ ସମ୍ମୁଖରେ ଉପସ୍ଥାପନା କରିଥିଲେ |ପରେ ମଞ୍ଚାସିନ ଅତିଥିମାନେ ଶିକ୍ଷା, ଶିକ୍ଷାନୁଷ୍ଠାନ ଓ ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ ଯୋଜନା ଉପରେ ନିଜ ନିଜ ଅବିଭାଷଣ ରଖିବା ସହିତ ମନ ଲଗେଇ ପାଠ ପଢିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହିତ ପ୍ରତିଦିନ ପୁଅଝିଅ ମାନଙ୍କୁ ସ୍କୁଲକୁ ପଠେଇବା ପାଇଁ ଉପସ୍ଥିତ ଅବିଭାବକ ମାନଙ୍କୁ ପରାମର୍ଶ ସବୁ ଦେଇଥିଲେ |ପରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସବୁ ପ୍ରଦାନ କରାଯାଇଥିଲା|କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା