Hot Posts

6/recent/ticker-posts

ଜୟପୁର ବନ ଖଣ୍ଡିୟ ବିଭାଗର ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ପାଇଁ ସଜାଗ।

ଜୟପୁର, ୧୭।୦୨ ( ଏ. ଭେଙ୍କଟ ରାଓ ) : ଜୟପୁର ବନ ମଣ୍ଡଳ ପକ୍ଷରୁ ଆହୁତ ଏକ ସାମ୍ୱାଦିକ ସମ୍ମିଳନୀରେ ଡିଏଫଅ ଶୁଭେନ୍ଦୁ କୁମାର ବେହେରା ଏସିଏଫ ପ୍ରସନ୍ନ କୁମାର ମିଶ୍ର ଏବଂ ଚନ୍ଦ୍ରସେନ ପୁଜାରୀ ଭାରପ୍ରାପ୍ତ ରେଞ୍ଜର ଦେବେନ୍ଦ୍ର ମାଝି ଏବଂ ମାନସ ରଞ୍ଜନ ନାୟକ ଫରେଷ୍ଟର ପି ଶ୍ରୀନିବାସ ରାଓ, ଶଶାଙ୍କ ମହାରଣା, ଗୌତମ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଡିଏଫଅ ଶ୍ରୀ ବେହେରା ଜଙ୍ଗଲରେ ନିଆଁ ଲାଗିଲେ ଜୟପୁର ବନ ବିଭାଗ କିଭଳି ପ୍ରସ୍ତୁତ ରୋହିଛି ଏହି ପରିପ୍ରେକ୍ଷୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୟପୁର ବନ ଖଣ୍ଡିୟ ଅଞ୍ଚଳର ଛଅ ଗୋଟି ରେଞ୍ଜ ମଧ୍ୟରେ ଆଗରୁ ରହିଥିବା ନିଆଁ ଲାଗିବ ସମ୍ଭାବନା ସ୍ଥାନ ୪୧୮ କିଲୋ ମିଟର ଆରକେଏମ ସମୁଦାୟ ୩୭.୭୯୦ ହେକ୍ଟର ମଧ୍ୟରେ ଲାଗିଥିବା ନିଆଁକୁ କାବୁ କରି ଏହାକୁ ୩୪.୧୪ ପ୍ରତିଶତ ହ୍ରାସ ପାଇ ହୋଇଛି ଜୟପୁର ବନ ମଣ୍ଡଳ ଅଞ୍ଚଳ ମଧ୍ୟରେ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ୪୪୨ ଟି ରାସ୍ତା ନିରୂପଣ କରାଯାଇଥିଲା ଚଳିତ ବର୍ଷ ଏହା ହ୍ରାସପାଇ ୪୧୮ ହୋଇଛିଜଙ୍ଗଲରେ ଲାଗିଲେ ତୁରନ୍ତ ପହଞ୍ଚିବା ପାଇଁ ୬ ଗୋଟି ଯାନ ନିୟୋଜିତ କରାଯାଇଛି। ଜୟପୁର ବନ ଖଣ୍ଡିୟ ଅଞ୍ଚଳର ୬ ଗୋଟି ରେଞ୍ଜରେ ପୂର୍ବରୁ ନିଆଁ ଲାଗିବା ସମ୍ଭାବନା ଅଞ୍ଚଳ ୮୬୭ ହ୍ରାସ ପାଇ ୫୭୧ ହୋଇଛି। ଅତ୍ୟଧିକ ନିଆଁ ଲାଗିବା ସମ୍ଭାବନା ଥିବା ଅଞ୍ଚଳ ୬୦ ଗୋଟି ରହିଛି ତନ୍ନ ମଧ୍ୟରୁ ଜଙ୍ଗଲ ମଧ୍ୟରେ ୩୩ ଗୋଟି ଜଙ୍ଗଲ ବାହାରେ ୨୭ ଗୋଟି ରହିଛି।ଏହା ଜଙ୍ଗଲ ବିଭାଗ କର୍ମଚାରି ମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି। ଆଗ୍ନିକ ଏବଂ ବନ ସୁରକ୍ଷା ସମିତି ମାନଙ୍କ ପାଇଁ ଡ୍ରେସ, ଜୋତା, ଯାକେଟ, କୀଟ ବେଗ, ହେଡ୍ ଲାଇଟ, ଟର୍ଚ୍ଚ, ଟୋପି, ପ୍ରାଥମିକ ଚିକିତ୍ସା କୀଟ, ପିଇବ ପାଣି, ହୁକ, ଗ୍ଲବସୋ ଇତ୍ୟାଦି ପ୍ରସ୍ତୁତ କରାଯାଇଛି।୮୬ ଗୋଟି ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟେକ ରେଞ୍ଜ ପାଇଁ ପଚାଶ ହଜାର ଟଙ୍କା ଏବଂ ପ୍ରଶିକ୍ଷଣ ପାଇଁ ଦଶ ହଜାର ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯିବ ବୋଲି ଡିଏଫଅ କହିଥିଲେ ଏବଂ ସାଧାରଣ ଲୋକଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନ କରିବାକୁ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।