Hot Posts

6/recent/ticker-posts

ଜାତୀୟ ସ୍ପିଡ଼ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣପଦକ

ବରୀ, ୧୬/୧୨ ( ରଂଜିତ ମହାନ୍ତି ) : ବରୀ ଚେନ୍ନାଇ ଜବହାରଲାଲ ନେହୁରୁ ନେହୁରୁ ଷ୍ଟାଡିୟମରେ ଆୟୋଜିତ ଜାତୀୟ ସ୍ପିଡ଼ସ୍କେଟିଂ ପ୍ରତିଯୋଗିତାରେ ଦେବାଂଶ କର କୃତିତ୍ୱ ହାସଲ କରିଛନ୍ତି l ଦେବାଂଶ ୪୦୦ ମିଟର ସ୍ପିଡ଼ସ୍କେଟିଂରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ଓ ଟ୍ରଫି ଜିତିଛନ୍ତି l ଦେବାଂଶ ହେଉଛନ୍ତି ବରୀ ବ୍ଲକ ଅନ୍ତର୍ଗତ ଇଷାଣପୁର ଗ୍ରାମପଞ୍ଚାୟତର ଶଙ୍କରାକୂଳ ଗ୍ରାମର ସ୍ୱର୍ଗତ ମଧୁସୂଦନ କରଙ୍କ ଅଣନାତି ଓ କର୍ଣ୍ଣଲ ଅକ୍ଷୟ କୁମାର କର ଓ ବୈଜୟନ୍ତ କରଙ୍କ ନାତି ତଥା ନିରଞ୍ଜନ କର ଓ ସମାପିକା ମିଶ୍ରଙ୍କ ପୁଅ l ଦେବାଂଶଙ୍କ ଏହି ସଫଳତା ପାଇଁ ବରୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ହରମୋହନ କର, ମହେଶ୍ୱର କର, ଅନନ୍ତ କର, କମଳାକାନ୍ତ କର, ଅହଲ୍ୟା କର, ହରି ପ୍ରଶନ୍ନ କର ତଥା ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି l