Hot Posts

6/recent/ticker-posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ପୁଲୱାମା, ସହୀଦ ଯବାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା, (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜାମ୍ମୁକାଶ୍ମୀର ପୁଲୱାମା ରେ ସହିଦ ହୋଇଥିବା ୪୦ ବୀର ଜବାନ ମାନଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଅନୁଷ୍ଠାନ ର କର୍ମକର୍ତ୍ତା ମାନେ କ୍ୟାଣ୍ଡେଲ ଧରି ବୀର ଯବାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଉଦ୍ଦେଶ୍ୟରେ ଗାଁରେ ଶୋଭଯାତ୍ରା କରିଥିଲେ ପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ଶେଷରେ ନିବେଦିତା ପ୍ରିୟଦର୍ଶିନୀ ସାହୁ ଦେଶାତ୍ମକ କବିତା ପଠନ କରିଥିଲେ। ଏଥିରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘର ସଭାପତି ହେମନ୍ତ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ଉମାକାନ୍ତି ସାହୁ, ରେଖାଞ୍ଜଳି ସାହୁ, କଶ୍ମୀରା ସାହୁ, ବୀଣାପାଣି ସାହୁ, ସୁରେନ୍ଦ୍ର ସାହୁ, ଚୁମନେଶ୍ଵର ସାହୁ, ସଞ୍ଜୟ ସାହୁ, ହୃଦାନନ୍ଦ ସାହୁ, କବିରାଜ ସାହୁ, ଯତୀନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ଧର୍ମରାଜ ସାହୁ ତଥା କଳାରୁଦ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।