Hot Posts

6/recent/ticker-posts

ମହା ଶିବରାତ୍ରୀ ଜାଗରରେ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଦେବଗିରି ପାହାଡ ରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ।

ରାୟଗଡ଼ା, ୧୬/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଅବସ୍ଥିତ ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ ରେ ରବିବାର ଦିନ ମହା ଶିବରାତ୍ରୀ ଜାଗର ଯାତ୍ରା ହେଉଥିବା ବେଳେ ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ କରିବା ସହ ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଦର୍ଶନ କରିବା ପାଇଁ ଆସିଥିବା ଦେଖିବା କୁ ମିଳିଛି। ଏହି ଯାତ୍ରା ସାତ ଦିନ ଧରି ହୋଇଥାଏ ରାତ୍ରରେ ବିଭିନ୍ନ ପ୍ରକାରର ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ମୀନା ବଜାର ମଧ୍ୟ କମିଟି ପକ୍ଷରୁ କରାଯାଇ ଥାଏ ତାହା ସହିତ ଅର୍ଣ୍ଣ ପ୍ରସାଦ ଭୋଗ ମଧ୍ଯ ଆସିଥିବା ଭକ୍ତ ମାନଙ୍କୁ ଦୀୟାଯାଏ। ଏହି ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ପାହାଡ଼ରେ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ। ପାହାଡ ଟି ଦେଖିବା ପାଇଁ ଏକ ବିରାଟ ବଡ଼ କଳା ରଙ୍ଗର ହାତୀ ଆକାର ର ଠିଆ ହୋଇ ରହିଥିବା ଦେଖା ଯାଏ, ପାହାଡ ଉପରେ ୫୪୫ ପାହାଚ ଅତିକ୍ରମ କରିବା ପରେ ଏକ କର୍ପଣର ଶୁରୁଙ୍ଗ ଭିତରେ ଭୋଳାବାବାଙ୍କ ଲିଙ୍ଗ ଦର୍ଶନ କରିବା କୁ ମିଳେ ଯାହା କି ଜିଲ୍ଲା ର ସର୍ବ ସେଷ୍ଟ ଐତିହାସିକ ଶୈବ ପୀଠ ଭାବେ ପରିଚୟ।ଏହା କୁ ଦେଖିବା ପାଇଁ ବାହର ରାଜ୍ୟ ତଥା ଓଡିଶାର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ପ୍ରବଳ ମାତ୍ରାରେ ଭକ୍ତମାନେ ଆସି ପାହାଡ଼ ଉପରକୁ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରିଛନ୍ତି। ଆଉ ପାହାଡ଼ ଉପରେ ଥିବା ଗଙ୍ଗା ଯମୁନା କୁଣ୍ଡ, ଧୋବା ଧୋବୁଣି କୁଣ୍ଡ ଭଳି କୋଟିଏ କୁଣ୍ଡ ରହିଛି, ପାହାଡ଼ ଉପରେ ଠିଆ ହୋଇ ମନଲୋଭ ଦୃଶ୍ୟ ଦେଖି ଭକ୍ତ ମାନେ ଆନନ୍ଦ ପାଇବା ସହିତ ମନସ୍କାମନା ପୂରଣ କରି ଯାତ୍ରା ବୁଲି ଘରକୁ ଫେରୁ ଥିବା ଦେଖିବା କୁ ମିଳିଛି।