ବିଜେପି ରେ ଯୋଗଦେଲେ କଂଗ୍ରେସ ଓ ବିଜେଡି ଯୁବ ନେତା ,କର୍ମୀ।
କଳାହାଣ୍ଡି, ୧୨/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିଜେପି ହେଉଛି ଶକ୍ତିଶାଳୀ , ବିଜେଡି କଂଗ୍ରେସ ଧିରେ ଧିରେ ଦୁର୍ବଳ ହେଉଛି। ବିଜେପି ଉପରେ ରାଜ୍ୟ ବାସୀ ଙ୍କ ଆସ୍ଥା ଓ ବିଶ୍ୱାସ ଦିନ କୁ ଦିନ ବୃଦ୍ଧି ପାଉଛି। ବିଜେପି ବିଚାର ଧାରା ରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟ ର ଡବଲ ଇଞ୍ଜିନ ସରକାର ଙ୍କ ବିକାଶମୂଳକ କାର୍ଯ୍ୟ ରେ ନିଜକୁ ସାମିଲ କରି ଅଞ୍ଚଳର ବିକାଶ ପାଇଁ, ଥୁଆମୂଳ ରାମପୁର ବ୍ଲକ ର କଂଗ୍ରେସ ଓ ବିଜେଡି କାର୍ଯ୍ୟ କର୍ତ୍ତା ବିଜେପି ରେ ସାମିଲ ହୋଇଛନ୍ତି l ଅଜିତ୍ କୁମାର ନାଏକ ପୂର୍ବତନ କଂଗ୍ରେସ ଯୁବ ସଭାପତି,କିରଣ କୁମାର ନାଏକ ଯୁବ କଂଗ୍ରେସ, ଜିତେନ୍ଦ୍ର ନାଏକ ବିଜେଡି ଯୁବ ନେତା , ଅଭିମନ୍ୟୁ ନାଏକ ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା, ରବି ନାଏକ ପୂର୍ବତନ ୱାର୍ଡ ମେମ୍ବର ତଥା କଂଗ୍ରେସ କର୍ମୀ,ଏହି ମିଶ୍ରଣ ପର୍ବ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ବିଜେପି ଓଡିଶା ପ୍ରଦେଶ ର ଉପ ସଭାପତି ଶିବାଜୀ ମହାନ୍ତି, ଯୁଗଲ ପୋଡ ବିଜେପି ଜିଲ୍ଲା ସଭାପତି କଳାହାଣ୍ଡି। ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ ଓ ଥୁଆମୂଳ ରାମପୁର ବ୍ଲକଅଧ୍ୟକ୍ଷ ଦୟାନିଧି ମାଝୀ ସମେତ ଥୁଆମୂଳ ରାମପୁର ବ୍ଲକ ର ବିଭିନ୍ନ ନେତା ଉପସ୍ଥିତି ରେ ସମସ୍ତ ନୂତନ ସଦସ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳୀୟ ଟୋପି ପିନ୍ଦାଇ ସ୍ୱାଗତ ଜଣାଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ