Hot Posts

6/recent/ticker-posts

ଭାରତ ବନ୍ଦରେ ରାୟଗଡା ସହର ପୁରା ଠପ ହୋଇଯାଇଛି

ରାୟଗଡ଼ା, ୧୨/୦୨ ( ଭି. ଗୌରି ଶଙ୍କର ରାଓ ) : ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି। ସହରରେ 10ଟି ବିଭିନ୍ନ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କପିଳାସ ଛକ ଓ ସିରିଗୁଡା ଛକରେ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସହରର ବିଭିନ୍ନ ଦୋକାନ ବଜାର ଓ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ରାୟଗଡା ବସଷ୍ଟାଣ୍ଡ ରେ ବସ୍ ସେବା ବନ୍ଦ ରହିଥିବା ବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ଯାଙ୍କ ପ୍ରତିଷ୍ଠାନ, ମଧ୍ଯ ବନ୍ଦ ରହିବ ବୋଲି କୁହାଯାଇଛି। ଶ୍ରମିକ ବିରୋଧୀ 4ଟି ଶ୍ରମକୋର୍ଡ ଓ ଆଇନର ପ୍ରତ୍ଯାହାର,ଶ୍ରମ ଶକ୍ତି ନିତୀ 2025ର ପ୍ରତ୍ଯାହାର,ବିଦ୍ଯୁତ୍ ସଂଶୋଧିତ ବିଲ୍ ବାତିଲ କରିବା ଓ ଅଙ୍ଗନୱଡି ଆଶା କର୍ମୀ ଓ ପାଚିକା ମାନଙ୍କୁ ଶ୍ରମିକର ମାନ୍ଯତା ଦେବା ଭଳି ଅନେକ ଦାବି ରଖିଛନ୍ତି ବିଭିନ୍ନ ସଂଗଠନ। ବନ୍ଦର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି।