Hot Posts

6/recent/ticker-posts

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଜୟପୁରରେ ବୃହତ କୁଇଜ୍ ପ୍ରତିଯୋଗିତା, ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ଜୟପୁର, ୧୭/୦୨ ( ଗୁପ୍ତ ପ୍ରସାଦ ପତ୍ରିକା ) : ରେ ସ୍ଥାନୀୟ ଜୟପୁର ପୌର ଉଚ୍ଚ ବିଦ୍ୟାଳୟ ଚନ୍ଦନ ଵାଡ଼ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ରୂପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ର , ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ କେ . ଗୋପାଳ , ସୋମନାଥ ଗାଦାବା, ତଥା ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ଲିପିକା ପାତ୍ର , ସମ୍ମାନିତ ଅତିଥି ରୂପରେ ଯୋଗ ଦେଇ ଥିଲେ । ସମସ୍ତ ସାଧନ ସଂଯୋଜକ , ତଥା ଶିକ୍ଷକ / ଶିକ୍ଷୟତ୍ରୀ , ତଥା କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହଯୋଗ ରେ କାର୍ଯକ୍ରମ ଟି ସଫଳ ହୋଇ ଥିଲା । ପ୍ରାୟ 300 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଙ୍କୁ ପ୍ରତିଭାଗି ପ୍ରମାଣପତ୍ର, ତଥା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଦ୍ଵାରା ସମସ୍ତେ ସମସାମୟିକ ସାଧାରଣ ଜ୍ଞାନ ପ୍ରତି ଦୃଷ୍ଟି ଆକର୍ଷଣ ହେବ ବୋଲି କାର୍ଯକ୍ରମ ର ସଭାପତି ଶ୍ରୀ ଚନ୍ଦନ କୁମାର ନାୟକ କହିଛନ୍ତି ।



ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ଯୁଜ