Hot Posts

6/recent/ticker-posts

ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡଅଁରକୂଳ ଚମ୍ପିୟନ

ବରୀ, ୧୭/୦୨ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହସପୁର ଗ୍ରାମ ପଞ୍ଚାୟତର ହନୁମାନଜୀଉଙ୍କ ନିକଟରେ ଥିବା ଖେଳପଡିଆ ଠାରେ ପ୍ରଦୀପ ମେମୋରିଆଲ କ୍ରିକେଟ୍ ମ୍ୟାଚ୍ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ପିଏସିଟି ଡଅଁରକୂଳ ସହିତ ଗୋଲଡ ଷ୍ଟାର ହରିପୁର ମଧ୍ୟ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଗୋଳଡ ଷ୍ଟାର ଟସ ଜିତି ୧୫ ଓଭର ମ୍ୟାଚ ଖେଳି ୭ ୱିକେଟ ହରାଇ ୧୫୩ ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ଡଅଁରକୂଳ ୧୩. ୦୫ ଓଭର ମ୍ୟାଚ ଖେଳି ୫ ୱିକେଟ ହରାଇ ବିଜୟ ଲାଭ କରିଥିଲେ lଉଦ୍‌ଯାପନି ସଭାରେ ମୁଖ୍ୟଅତିଥିଭାବେ ସରପଞ୍ଚ କଳ୍ପନା ଭୂୟାଁ, ସମ୍ମାନିତ ଅତିଥି ଭାବେ ଭରତ ଚନ୍ଦ୍ର ରାଉତ, ସୁବାଷ ଚନ୍ଦ୍ର ରାଉତ, କିଶୋର ରାଉତ, ମନୋଜ ଶର୍ମା ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ଏଥିରେ ମ୍ୟାନ ଦ ମ୍ୟାଚ ଭାବେ ବାବୁଲି ଦାସ ଓ ମ୍ୟାନ ଅଫ ଦ ସିରିଜ ଆଶିଷ ସାହୁ ହୋଇଥିବା ବେଳେ ଖେଳ କୁ ସୌରଭ ଶର୍ମା, ଅଭିଷେକ ରାଉତ ପରିଚାଳନା କରିଥିବା ବେଳେ କ୍ଲବ ର ସମସ୍ତ ପିଲାମାନେ କ୍ରିକେଟ୍ ମ୍ୟାଚ୍ ସଫଳ ଆୟୋଜନରେ ପ୍ରମୁଖ ସହଯୋଗ କରିଥିଲେ ।