ଗୋଳକୁଣ୍ଡରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଯାଜପୁର, ୧୭/୧୨ ( ରଂଜିତ ମହାନ୍ତି ) : ରୋଟାରୀ କ୍ଲବ ଖାରବେଳ -କଳିଙ୍ଗନଗର ଭୁବନେଶ୍ୱର ଓ ଅଭିମନ୍ୟୁ ସାମନ୍ତ ସିଂହାର ୟୁଥ କ୍ଲବ ଗୋଳକୁଣ୍ଡ ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅଭିମନ୍ୟୁ ସାମନ୍ତ ସିଂହାର କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଡାକ୍ତର ଧନେଶ୍ଵର ବଳିଆର ସିଂ, ଡାକ୍ତର ବିଚିତ୍ରା ନନ୍ଦ ମିଶ୍ର, ଡାକ୍ତର ଉମେଶ ଚନ୍ଦ୍ର ପୃଷ୍ଟି, ଡାକ୍ତର ଗଜେନ୍ଦ୍ର ପାତ୍ର, ଡାକ୍ତର ରମେଶ ଚନ୍ଦ୍ର ଶର୍ମା, ଡାକ୍ତର ରଂଜିତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୋଳକୁଣ୍ଡରେ ଥିବା ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର କୁ ଉଦଘାଟନ କରିଥିଲେ l ଏହି ଶିବିରରେ ମଧୁମେହ, ଅସ୍ତି ଶଲ୍ୟ, ବାତ ଜ୍ଵର, ରକ୍ତଚାପ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଆଖପାଖ ଅଂଚଳ ରୁ ୨୦୦ ରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ବଣ୍ଟନ କରିଥିଲେ l ଏହି ଅବସରରେ ଗୋଳକୁଣ୍ଡ ଆୟୁର୍ବେଦିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅବସର ନେଇଥିବା ଡାକ୍ତର ରମେଶ ଚନ୍ଦ୍ର ପୃଷ୍ଟି ଙ୍କୁ ମାନପତ୍ର, ଉପଢ଼ୈକନ ଓ ପୁଷ୍ପଗୁଚ୍ଛ ଦେଇ ଗ୍ରାମବାସୀ ଓ କ୍ଲବର ସଦସ୍ୟ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ଶିବିରକୁ ରୋଟାରୀ କ୍ଲବ ର ଉପପ୍ରାନ୍ତ ପାଳ ଡ଼କ୍ଟର ଶିଶିର କାନ୍ତ ଷଡ଼ଙ୍ଗୀ, ସଭାପତି ଆଇନିଜୀବି ଦୀଲ୍ଲିପ କୁମାର ଜେନା, ସମ୍ପାଦକ ପୁର ପ୍ରଧାନ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ୟୁଥ କ୍ଲବର ଭ୍ରମର ବର ଜେନା, ଅଞ୍ଜନ କୁମାର ଜେନା, ବିଜୟ କୁମାର ଜେନା, ନରହରି ଜେନା, ଭଞ୍ଜ କିଶୋର ଦାସ, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ଧୀର, ସତ୍ୟ ଜେନା, ପ୍ରଦୀପ କୁମାର ଜେନା, ପ୍ତଶାନ୍ତ କୁମାର ଜେନା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l