Hot Posts

6/recent/ticker-posts

ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ, ପ୍ରଶାସନ ଓ ଠିକାଦାର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବନ୍ଦ ହେବ କେବେ?

ଝରିଗାଁ, ୨୪/୦୨ ( ନକୁଳ ଭତ୍ରା ) : ସରକାର ସରକାରୀ କାମ ଗୁଡିକ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗେଇ କାର୍ଯ୍ୟ ଆରମ୍ଭ କରିବାକୁ କଢ଼ା ନିର୍ଦେଶ କରିଥିଲେ ହେଁ, ପ୍ରଶାସନିକ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ମାନେ ସରକାରଙ୍କ ଏଭଳି ନିର୍ଦେଶ କୁ ଫୁ କରି ନିଜର ମନମୁଖୀ ଶାସନ ଚଳେଇଥିବା ସାଧାରଣରେ ଅଭିଯୋଗ ହେଉଛି |ବର୍ତମାନ ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଳଗାଁ ପଂଚାୟତ ଅଧୀନରେ ଥିବା ମହଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ |ମହଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ପ୍ରଗତିରେ ରହିଥିବା ବେଳେ କାର୍ଯ୍ୟ ଚାଲୁଥିବା ସ୍ଥାନରେ କୌଣସି ସୂଚନା ଫଳକର ଦେଖାମିଳୁନି |ଫଳରେ ଜନସାଧାରଣ କେତେ ଟଙ୍କାର କାମ?କେଁଉ ବିଭାଗ ର କାମ ? କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀ କିଏ? ଓ କେତେ କାମ ହେବ? ଏ ସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହାନ୍ତି |ପ୍ରକାଶ ଥାଉ କି, କିଛି ଦିନ ତଳେ ଖୋଦ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରିଗାଁ ବିଧାୟକ ନରସିଂହ ଭତରା ଜନସାଧାରଣ ମାନଙ୍କ ଅଭିଯୋଗରେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗେଇବା ନିୟମ ରହିଛି ଓ ସବୁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବ ବୋଲି ପ୍ରତିକ୍ରିୟା ରଖିଥିଲେ ଓ ପ୍ରଶାସନକୁ ମଧ୍ୟ ବିନା ସୂଚନା ଫଳକରେ କାର୍ଯ୍ୟ ନକରିବାକୁ ଚେତାବନୀ ମଧ୍ୟ ଦେଇଥିଲେ |ହେଲେ ପ୍ରଶାସନ ଓ ଠିକାଦାର ମଧ୍ୟରେ ମୁଡିଗୁଡ଼ ର ସମ୍ପର୍କ ରହିଥିବା ଯୋଗୁଁ ବିଧାୟକ ଓ ଶିକ୍ଷାମନ୍ତ୍ରୀଙ୍କ ଚେତାବନୀ କୁ ମଧ୍ୟ ତୁଚ୍ଛ ମନେ କରାଯାଉଛି ବୋଲି ସାଧାରଣରେ ସମାଲୋଚନା ଚାଲିଛି |ଅନ୍ୟପକ୍ଷେ ମହଣ୍ଡି ବିଦ୍ୟାଳୟ ପାଚେରୀ କାର୍ଯ୍ୟ ର ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ସୂଚନା ଫଳକ ନଲଗାଯିବାର କାରଣ ପଚାରିବାରୁ ସେ ଏକ ଲକ୍ଷ ଟଙ୍କାର କାର୍ଯ୍ୟରେ ସୂଚନା ଫଳକ ଲଗେଇଲେ ଆମକୁ କଣ ଲାଭ ମିଳିବ ବୋଲି କହିଛନ୍ତି |ଏଇଠୁ ସ୍ପଷ୍ଟ ଜଣାପଡୁଛି କି, ସୂଚନା ଫଳକ ଲାଗିଲେ ଯନ୍ତ୍ରୀ ଓ ଠିକାଦାର ମିଶି ଯେତିକି ମାରି ଖାଇବାର ଲକ୍ଷ୍ୟ ରଖିଛନ୍ତି, ତାହା ସାଧିତ ହେବ ନାହିଁ |ତେବେ ସ୍ଥାନୀୟ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରେଇବା ଲକ୍ଷ୍ୟ ନେଇ ଫୋନରେ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା ହେଲେ ବିଡ଼ିଓ ମହାଶୟ ମଧ୍ୟ ଜାଣିଶୁଣି ଫୋନ ଉଠେଇ ନଥିଲେ |ଝରିଗାଁ ବ୍ଳକରେ ସବୁବେଳେ ଏଭଳି ଘଟଣା ସବୁ ଦେଖିବାକୁ ମିଳୁଥିଲେ ପ୍ରଶାସନ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ବରଂ ଦୋଷ ଘୋଡେଇବା ଅପଚେଷ୍ଟା କରି ଆସୁଛି |ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ଅଧିକାରୀ ଓ ଠିକାଦାର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣଲୋକେ ଦାବୀ କରିଛନ୍ତି |