ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବରୀ, ୨୪/୦୨ ( ରଂଜିତ ମହାନ୍ତି ) : ବରୀ-ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆସ୍ଥିତ ବଣ ବାବାଜୀ ମହାପୁରୁଷଙ୍କ ପୀଠରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ଘଟିଛି । ଗତ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଉକ୍ତ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ବିଦଗ୍ଧ କବିଙ୍କ ସ୍ଥାପିତ ବାଲିଆ ବୃନ୍ଦାବନର ରାଧିକାଚନ୍ଦାସ୍ଥିତ ବୃଷଭାନୁ ପରିବାରର ଦାୟାଦ ଶିକ୍ଷାବିତ୍ ଗୋପବନ୍ଧୁ ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ର ମୂଳଦୁଆ ସ୍ତାପିତ ହୋଇଥିଲା । ତେବେ ଦୀର୍ଘ ୩ ବର୍ଷଧରି ଉକ୍ତ ପୀଠରେ ଶ୍ରୀ ଜଗନ୍ନାଥ , ମାଆ ବିମଳା, ମା ମହାଲକ୍ଷ୍ମୀ, ଭଗବାନଶିବ ଶଙ୍କର, ଦଶାବତାର, ନବଗ୍ରହ ଶ୍ରୀ ହନୁମାରଙ୍କ ମନ୍ଦିର ନୂତନ ଭାବେ ପ୍ରତିଷ୍ଠା ହେବାର ଯୋଜନା ର ପରିସମାପ୍ତି ହେବା ପରେ ଏହା ର ପ୍ରାଥମିକ କାର୍ଯ୍ୟକ୍ରମ ୧୯ ତାରିଖରେ ଶୁଭାରମ୍ଭ ହୋଇଥିଲା । ପ୍ରଥମ ଦିବସରେ ଅଙ୍କୁରାରୋପଣ ଜଳସଯାତ୍ରା, କଳସାଧିବାସ, ସକାଳ ୭ ଘଟିକା ସୂର୍ଯ୍ୟପୂଜା,ଗୁରୁପୂଜା, ଗୋପୂଜା, ବିଗ୍ରହ ମାନଙ୍କ ସ୍ନାନ,ଶୟନ ଓ ବୈଷ୍ଣବନାମାଗ୍ନି ସ୍ଥାପନ ଘୃତଯଜ୍ଞ ଆରମ୍ଭ କରାଯାଇଥିଲା । ପରେ ସୂର୍ଯ୍ୟାଦି ପୂଜନ, ବିଗ୍ରହ ମାନଙ୍କର ଗ୍ରାମ୍ୟ ଭ୍ରମଣ,ଚତୁର୍ଦ୍ଧାମୂର୍ତ୍ତୀଙ୍କ ନ୍ୟାସ, ବିଗ୍ରହ ମାନଙ୍କର ନ୍ୟାସ ସହିତ ସ୍ତପ୍ତଶତୀ ଚଣ୍ଡିପାଠ ଓ ଘୃତଯଜ୍ଞ କରାଯାଇଥିଲା ।ତୃତୀୟ ଦିନ ପ୍ରାତଃ ସମୟେ,ସୂଯ୍ୟାଦି ପୂଜନ,ଦେବତା ମାନଙ୍କର ଉପଚାର ପୂଜା, ସକାଳୁ-ସଂଧ୍ୟା ୪ର୍ଥ ପ୍ରହର ବ୍ୟାପୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଶ୍ରୀମଦ୍ ଭାଗବତ ଗୀତାପାଠ, ଶ୍ରୀ ଜୀଉଙ୍କ ନବଯୈାବନ ଦର୍ଶନ,ସମ୍ପୂଟକ, ପୂର୍ଣ୍ଣାହୂତି ସଂଧ୍ୟା ୭ ଘଟିକା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମେତ ୭ ଜଣ ପୂଜକଙ୍କ ସହେଯାଗ କ୍ରମେ ସମସ୍ତ କାର୍ଯ୍ୟ ସମାହିତ ହୋଇଥୌଲା । ତେବେ ପୀଠ ପଣ୍ଡିତ ମାନସ ବୃନ୍ଦାବନର ବ୍ରହ୍ମାପରିବାରର ବିଶ୍ୱଜିତ ମିଶ୍ର ଠାକୁରଙ୍କ ନିତ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ । ତେବେ ସମସ୍ତ କାର୍ଯ୍ୟକ୍ରମ ଶ୍ରୀ ବଣବାବାଜୀ ମହାପୁରୁଷ କମିଟି ଦ୍ୱାରା ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରତ୍ୟେହ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦାନ କରୁଥିବା ବେଳେ ଶ୍ରୀ ଜୀଉ ମାନଙ୍କର ନବ ଯୌବନ ଦର୍ଶନ ଅତ୍ୟନ୍ତ ମନୋଲୋଭା ଥିଲା