ନବୀନ ଚନ୍ଦ୍ର ବିଦ୍ୟାପୀଠର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ
ବରୀ, ୧୯/୦୨ ( ରଂଜିତ ମହାନ୍ତି ) : ନବୀନ ଚନ୍ଦ୍ର ସରକାରୀ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରାଙ୍କ ସଭାପତିତ୍ବ ଓ ମହେନ୍ଦ୍ର କୁମାର ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ସିଆରସିସି ମକରଧ୍ଵଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ସ୍ୱାଗତ ଅଭିଭାଷଣ ଓ ଉମାକାନ୍ତ ଶ୍ୟାନ୍ତି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯ ଅଶୋକ କୁମାର ସାମଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲିଆ କଲେଜର ପୂର୍ବତନ ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ, ସମ୍ମାନିତ ଅତିଥି ଭାବେ ମହେଶ୍ଵର ମଲ୍ଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ପତି, ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ପଣ୍ଡା, ଶିଶୁ ସାହିତ୍ୟିକ ଡ଼ ଅଜୟ କୁମାର ଜେନା, ସମିତି ସଭ୍ୟ ଶ୍ରୀଧର ସେଠି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୁପମା ଦ୍ବିବେଦୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ କିପରି ହୋଇପାରିବ ସେ ସମ୍ପକରେ ବକ୍ତବ୍ୟ ପ୍ରଧାନ କରିଥିଲେ। କାଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବାବନ ଚନ୍ଦ୍ର ଜେନା, ସୁଦିପ୍ତ କୁମାର ଜେନା, ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ସଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଡକ୍ଟର ପ୍ରମୋଦ କୁମାର ଦାସଙ୍କ ନିର୍ଦେଶିତ ଓ ମନୋଜ କୁମାର ବେହେରାଙ୍କ ନାଟ୍ୟ ପରିଚାଳନାରେ "କଳିଯୁଗର କୁଳାଙ୍ଗାର" ନାଟକ ପରିବେଷଣ ବେଶ ଚିତାକର୍ଷକ ହୋଇଥିଲା। ବାର୍ଷିକ କ୍ରୀଡାର ପୁରସ୍କାର ମଧ୍ୟ ଅତିଥି ମାନେ ପ୍ରଦାନ କରିଥିଲେ।