Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା କୋରାପୁଟ ।

କୋରାପୁଟ, ୧୮/୦୨ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ସଦର ମହକୁମାର ବାଳକ ବିଦ୍ୟାଳୟର ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଯାଇଅଛି । ଏହି ମେଳା ମୂଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ଡ଼ଃ ଶ୍ରୀ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇ ସଫଳତାର ସହ ପରିଚାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଆକର୍ଷଣୀୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲାପରିଷ ସଭାପତି ଶ୍ରୀମତୀ ସସ୍ମିତା ମେଲେକା, ପୌରପରିଷଦ ଶ୍ରୀ ଲଲାଟ ରଞ୍ଜନ ସେଠୀ, ମଞ୍ଚାସିନ ହୋଇଥିଲେ ଓ ଜୈବିକ ଶ୍ରୀ ଫାର୍ମରସ୍ ପ୍ରୋଡକ୍ଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ମସ୍ତି , ପାଳଦିଆମ୍ ର ଶ୍ରୀମତୀ ଦେବରଥି ଘାତକ,AFDO ଶ୍ରୀ ମଧୁସୂଦନ ସାର୍କା,ASO ତ୍ରିଲୋଚନ୍ ସୁନାନି ,ଓ SAFDO ଶ୍ରୀ ଖଗେଶ୍ବର ମୁଦୁଲି ଉପସ୍ଥିତ ଥିଲେ । ବିଭିନ୍ନ ପଞ୍ଚାୟତ ଓ ବ୍ଲକର କୃଷକ ଭାଇ ଭଉଣୀ ମାନଙ୍କୁ ଓ ବିଭିନ୍ନ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଓ କୃଷକର ସମ୍ମାନ,କାର୍ଯ୍ୟ ଓ ସଫଳତା ଉପରେ ଉତ୍ସାହ ପ୍ରଦାନ କରିଥିଲେ । ଜୈବିକ ସାର ପ୍ରୟୋଗ କରି କଳାଜିରା ଧାନ ବହୁପରିମାଣରେ ଉତ୍ପନ କରି ଅନ୍ୟରାଜ୍ୟକୁ ରପ୍ତାନି କରାଯାଉଛି ଓ କଞ୍ଚାଅଦା ଓ ଶୁଖିଲା ଅଦା ମଧ୍ୟ ଅନ୍ୟରାଜ୍ୟ କୁ ରପ୍ତାନି କରି କୋରାପୁଟ ନିଜର ନାମ ବେଶ୍ ଭଲ ରଖିଅଛି ଓ ରାଜ୍ୟର ଗୌରବ ସ୍ୱରୂପ ହୋଇଛି । ପୂର୍ବରେ ଏହି ଜିଲ୍ଲା ସମସ୍ତ କ୍ଷେତ୍ରରେ ପଛୁଆ ଥିଲା କିନ୍ତୁ ବର୍ତ୍ତମାନ ଏହି ଜିଲ୍ଲା ଗୋଟିଏ ଶାନ୍ତଶିଷ୍ଟ ଜିଲ୍ଲା ଅଟେ, ଏବଂ ଏହି ଜିଲ୍ଲାରେ ସମସ୍ତ ପ୍ରକାର ଉଦ୍ଭିଦ, ଖଣିରେ ପରିପୂର୍ଣ କେବଳ ସେତିକି ନୁହେଁ , ଏହି କୋରାପୁଟ ମାଟିରେ ସମସ୍ତ ପ୍ରକାର ଚାଷ କରାଯାଏ। ମତ୍ସ୍ୟ, ଚିଙ୍ଗୁଡ଼ି ଛେଳି, ଘୁଷୁରୀ, ଗୋଦୁଗ୍ଧ ଓ ଗାଇଦାନା ଘାସ ଚାଷ ଓ ସ୍ଵତନ୍ତ୍ର ଭାବେ ବେଶ୍ ପରିଚୟ ଅଟେ କଫି ଓ ମାଣ୍ଡିଆ । ତେଣୁ, ଭାରତ ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ତିଆରିକରି ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା ବ୍ୟକ୍ତିଗତ ଭାବେ ମଧ୍ୟ ଚାଷକରି ସ୍ବାବଲମ୍ବୀ ହେବା ପାଇଁ ସରକାର ପ୍ରୋତ୍ସା ହନ ରାଶି ପ୍ରଦାନ କରି ଆସୁଛି । ସରକାରର ଯୋଜନା ଯଥା: ୧.ପ୍ରଧାମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ ଯୋଜନା (pm-mkssy) ୨.ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା(mmky) ଏହାର ଲକ୍ଷ ଓ ଉଦ୍ଦେଶ୍ୟ ; ମୌସୁମୀ ଋତୁ ଆରମ୍ଭ ହେବା ଆଗରୁ ସାରା ରାଜ୍ୟରେ ଗୁଣାତ୍ମକ ଅଙ୍ଗୁଳିକା ମାଛ ଜାଆଁକର ଯଥେଷ୍ଟ ପରିମାଣରେ ଉପଲବ୍ଧ ହେବା ।
୨. ମତ୍ସ୍ୟ ଚାଷ କରିଥିବା ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତି, ମତ୍ସ୍ୟ ଉଦ୍ୟୋଗୀ ସଂସ୍ଥାକୁ ପ୍ରୋତ୍ସାହିତ କରି ଅଧିକରୁ ଅଧିକ ମାଛ ଯାଆଁଳ ଉତ୍ପାଦନ କରିବା ।
3. ସମସ୍ତ ପ୍ରକାର ପୋଖରୀ,biofloc (ଜୈବପୁଞ୍ଜ) କୁଣ୍ଡ ଜଳଭଣ୍ଡାର ଆବଦ୍ଧ ନର୍ସରୀକୁ ମଧ୍ୟ ଯାଆଁଳ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇ ପାରିବ।
4. ମାଛ ଯାଆଁଳ ଉତ୍ପାଦନରେ ରଜ୍ୟକୁ ଆତ୍ମନିର୍ଭରଶୀଳ କରିବା 
5. ରାଜ୍ୟରେ ଚାଷୀ ଓ ବ୍ୟକ୍ତିକୁ ଜୀବିକା ଓ ଆୟ ଯୋଗାଇବା।
ଉକ୍ତ ମେଳାରେ ଛେଳି, ଘୁଷୁରୀ ଓ ଅନ୍ୟାନ୍ୟ ଚାଷୀଙ୍କୁ ଟ.୫୦୦୦ଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଗଲା ତନ୍ମଧ୍ୟରୁ ଭାଗିରଥୀ ପାଟନିଆ,ଅନିତା ଖୋଡା, ଜୟା ଜାନୀ,ଘାସିରାମ ଜାନୀ ଶେଷରେ ମେଳାର ଅଧ୍ୟକ୍ଷ ଶ୍ରୀ ବେହେରା ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।
କୋରାପୁଟ ଜିଲ୍ଲା ପ୍ରତିନିଧି ବିପିନ କୁମାର ହିଆଲ ଙ୍କ ରିପୋର୍ଟ ନବଦୂତ୍ ନ୍ୟୁଜ୍