Hot Posts

6/recent/ticker-posts

ବରାଯୋଡ଼ି ଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

ଝରିଗାଁ, ୧୯/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡ଼ଙ୍ଗାରୀଗୁଡା ପଂଚାୟତ ଅନ୍ତର୍ଗତ ବରାଯୋଡ଼ି ଗ୍ରାମ ଠାରେ ଚଳିତ ବର୍ଷର ତା ୨୫/୦୨/୨୬ ରିଖ (ବୁଧବାର )ଦିନ ଶିବରାତ୍ରି ହେବାକୁ ଥିବା ବେଳେ ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଉକ୍ତ ବୈଠକ ରେ ଦୁବିଆ, ବରାଯୋଡ଼ି ଓ ପକନାଗୁଡା, ଗ୍ରାମର ସମସ୍ତ ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବରାତ୍ରି ପ୍ରସଙ୍ଗରେ ଆଲୋଚନା କରିଥିଲେ | କେମିତି ଆୟୋଜନ କରାଯିବ କଣ ସବୁ ବ୍ୟବସ୍ଥା ରହିବ କେତୋଟି ନାଟକର ବ୍ୟବସ୍ଥା କରାଯିବ ତଥା ମଣ୍ଡେଇ କୁ ଆସୁଥିବା ଉଠାଦୋକାନୀ ମାନଙ୍କ ଖିଆ ପିଆ ବ୍ୟବସ୍ଥା ସାଙ୍ଗକୁ ଜଳ ଓ ବିଦୁତ ବ୍ୟବସ୍ଥା ରେ ଯେମିତି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେ ଉପରେ ଧ୍ୟାନ ଦେବା ଭଳି ଭିବିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଛି | କମିଟିର ସଦସ୍ୟ ମାନଙ୍କ ମଧ୍ୟ୍ୟରେ ମସୁ ଭତ୍ରା,ମହେନ୍ଦ୍ର ମାଝୀ,ଗୋବିନ୍ଦ ସାନ୍ତା,ଦିନ ଭତ୍ରା,ଧର୍ମୁ ଭତ୍ରା,ଖଗପତି ସାନ୍ତା,ଗଣପତି ଭତ୍ରା,ସମେତ ସମସ୍ତ ସଦସ୍ୟ ଉକ୍ତ ବୈଠକ ରେ ଉପସ୍ଥିତ ରହି ଭିବିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଶିବରାତ୍ରି ଧୂମାଧମରେ ପାଳନ କରିବା ପାଇଁ ଯୋଜନା କରିଛନ୍ତି |