Hot Posts

6/recent/ticker-posts

ଠିକା କାମକୁ ନେଇ ବଚସା ରୁ ଗୁଳିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯୁବକ, ଅଭିଯୁକ୍ତ ଗିରଫ

କଳାହାଣ୍ଡି, ୧୮/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଠିକା କାମକୁ କେନ୍ଦ୍ର କରି ସାମାନ୍ୟ ବଚସା ଶେଷେ ଭୟାବହ ଗୁଳିକାଣ୍ଡର ରୂପ ନେଇଛି। ବିଲମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ଜଣେ ଯୁବକ ଅଳ୍ପକେ ପ୍ରାଣରକ୍ଷା ପାଇଥିବା ବେଳେ, ଘଟଣା ସୃଷ୍ଟି କରିଥିବା ଯୁବକକୁ କଳାହାଣ୍ଡି ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଭବାନୀପାଟଣା ସହର ଅନ୍ତର୍ଗତ ବିବିସିପଡା ଅଞ୍ଚଳରେ ନିର୍ମାଣାଧୀନ ଠିକା କାମକୁ ନେଇ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଉକ୍ଷିପ୍ତ ହୋଇ ଯଶୋବନ୍ତ ନାଏକ ନାମକ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ସେମୟରେ ପାଖରେ ଥିବା ଅନ୍ୟ ଜଣେ ଯୁବକ ବନ୍ଧୁକଟିକୁ ଉପରକୁ ଠେଲି ଦେବାରୁ ଗୁଳି  ଆକାଶ ଦିଗକୁ ଫୁଟିଥିଲା। ଏଥିରୁ ବଡ଼ ଅଘଟଣ ଟଳିଯାଇଥିଲା। ଘଟଣାର ସୂଚନା ପାଇ ଟାଉନ ଥାନା ପୋଲିସ ତୁରନ୍ତ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ପରେ ଭବାନୀପାଟଣା ବିବିସିପଡାର ଯଶୋବନ୍ତ ନାଏକଙ୍କୁ ଗିରଫ କରାଯାଇଥିବା ବେଳେ, ତାଙ୍କ ପାଖରୁ ବେଆଇନ ଭାବେ ରଖାଯାଇଥିବା ଦୁଇଟି ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ସନ୍ଦର୍ଭରେ ଆଉ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଏନେଇ ନାଗରାଜ ଦେବରକୋଣ୍ଡୋ, ଏସପି, କଳାହାଣ୍ଡି ଜିଲ୍ଲା କହିଛନ୍ତି ଯେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଅସ୍ତ୍ର ସଂପୃକ୍ତ ସମସ୍ତ ଦିଗରେ ତଦନ୍ତ ଜାରି ରହିଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ