Hot Posts

6/recent/ticker-posts

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଗ୍ନୁ ପାଠ୍ୟକ୍ରମ ସଚେତନତା ସଭା ଆୟୋଜିତ

ରାୟଗଡା, ୧୮/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଗ୍ନୁ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଇଗ୍ନୁ ସଚେତନତା ମୂଳକ ସଭା ଆୟୋଜିତ ହୋଇଯାଇଛି । ଏହି ସଭାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଇଗ୍ନୁ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପାଠ୍ୟକ୍ରମ ଓ ସୁଯୋଗ ସମ୍ପର୍କରେ ସଚେତନ କରିବା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ। ତାଙ୍କ ଅଧ୍ୟକ୍ଷୀୟ ଅଭିଭାଷଣରେ ରେ ସେ ମୁକ୍ତ ଦୂରଶିକ୍ଷା ପ୍ରଣାଳୀର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ ଇଗ୍ନୁ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ସହଜରେ ଉଚ୍ଚଶିକ୍ଷା ଅଧ୍ୟୟନ କରିପାରୁଛନ୍ତି। ମୁଖ୍ୟ ଅତିଥି ଭାବେ ଇଗ୍ନୁ ର ସହାୟକ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମାଧବ ବିଶୋଇ ଯୋଗଦେଇ ଇଗ୍ନୁ ପାଠ୍ୟକ୍ରମ, ତାହାର ଗୁରୁତ୍ୱ ଓ କାର୍ଯ୍ୟଜୀବନ ଗଠନରେ ଏହାର ଭୂମିକା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଅଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଥିବା ସହିତ ସେବାରତ ବ୍ୟକ୍ତିମାନେ ମଧ୍ୟ ଚାକିରି ସହ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ସୁବ୍ରତ ପ୍ରଧାନ ମହାବିଦ୍ୟାଳୟ ପକ୍ଷରୁ ଇଗ୍ନୁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସହଯୋଗ ଓ ସୁବିଧା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଶେଷରେ ପିଜି କାଉନସିଲ୍ ଚେୟାରମେନ ପି. ଅରୁଣ କୁମାର ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ସଫଳ ଆୟୋଜନରେ ପ୍ରସାଦ ପଟ୍ଟନାୟକ, ପି. ବିନୟ, ଭୀମ ପଣ୍ଡା ଓ ଭି. ଶ୍ରୀକାନ୍ତ ସହଯୋଗ କରିଥିଲେ। ଏହି ସଭା ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟକ ହୋଇଥିଲା।