Hot Posts

6/recent/ticker-posts

ତପସ୍ଵିନୀ ସାଧ୍ୱୀ ମାତା ଶବରୀ ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ।

ରାୟଗଡ଼,୧୦/୦୨ ( ଭି. ଗୌରି ଶଙ୍କର ରାଓ ) : ପୂଜ୍ୟ ଯୋଗିଶ୍ରି ଚୈତନ୍ୟ ରାମଜୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ମାତା ଶବରୀ ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ। ରାୟଗଡ଼ ଜିଲ୍ଲା କୋତାପେଟା ପଂଚାୟତ ଅନ୍ତର୍ଗତ ସିଲଟିଗୁଡ଼ା ଗ୍ରାମରେ ଶ୍ରୀଶ୍ରୀଶ୍ରୀ ଧ୍ୟାନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନିର୍ମାଣ ହେଉଥିବା ଶ୍ରୀ ଶବରୀ ନାରାୟଣ ମନ୍ଦିର ମହାସାଧ୍ୱୀ ତପସ୍ଵିନୀ ଆଦିବାସୀ କୂଳରେ ଉତ୍ପନ ମା ଶବରୀ ମାତାଙ୍କର ଜନ୍ମ ଜୟନ୍ତୀ ଫାଲଗୁନ କୃଷ୍ଣ ସପ୍ତମୀ 8-2-2026 ରବିବାର ଦିନ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତର ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ମାତା ଶବରୀ ଙ୍କ ପୂଜାର୍ଚ୍ଚନା କରିବା ସହ ରାମାୟଣ ରେ ଶବରୀ ମାତାଙ୍କ ସୁନ୍ଦର ପ୍ରସଙ୍ଗକୁ ନେଇ ଭକ୍ତିରେ ଅତପ୍ରତ ହେଇଛନ୍ତି। ଆଗାମୀ ଦିନରେ ୧୦୦୮ଗ୍ରାମର ସମ୍ପୂର୍ଣ୍ଣ ସହଯୋଗ ଓ ଉପସ୍ଥିତିରେ ତଥା ସମଗ୍ର ଉତ୍କଳ ରାଜ୍ୟରେ ସ୍ଥିତ ବନବାସୀ ଭକ୍ତଙ୍କର ଦିବ୍ୟ ସାନିଧ୍ୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ, ପ୍ରତିଷ୍ଠା ଉତ୍ସବ ଅତ୍ୟନ୍ତ ସୁନ୍ଦର ଭାବରେ କରାଯିବ ବୋଲି ଜୋଗିଶ୍ରି ଚୈତନ୍ୟ ରାମଜୀ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆଦରଣୀୟ ଶ୍ରୀମତି ବିଦୁଲତା ହୂଇକା ଯୋଗ ଦେଇ ମାତା ଶବରୀ ଙ୍କ ର ଫୋଟ ଚିତ୍ର ପ୍ରତିଷ୍ଠା କରିବା ସହ ନଗର ପରିକ୍ରମାରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ସଞ୍ଚାଳନ କରିବାରେ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମର ମୁଖିଆ ଜାନି, ଦିସାରି, ପୂଜାରୀ, ପୂଜାରିଣି, ବିଭିନ୍ନ ପ୍ରାନ୍ତର ଭକ୍ତ ମଣ୍ଡଳୀ ଯୋଗ ଦେଇଥିଲେ। ଗ୍ରାମର ଶିଙ୍ଗ ପୁଲାକା, କୁର୍ମାୟା ହିମିରିକା, ହଳଧର କାଡ୍ରାକା, ନାରାୟଣ କଣ୍ଡାଗିରି, ମାଲାନା ସାରକା, ସୁନ ହିମିରିକାଙ୍କ ସମେତ ଆବାଳ ବୃଦ୍ଧ ବନିତା ପ୍ରମୁଖ ଥିଲେ।